ETV Bharat / state

ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ପୋଲିସକୁ ଆକ୍ରମଣ, 4 ପୋଲିସ କର୍ମଚାରୀ ଆହତ - ଓଡ଼ିଶା ଝାଡ଼ଖଣ୍ଡ ସୀମାରେ ପୋଲିସକୁ ଆକ୍ରମଣ,

ଲକ ଡାଉନ ସମୟରେ ଯାଞ୍ଚ ବେଳେ ପୋଲିସକୁ ଆକ୍ରମଣ। ଚାରି ପୋଲିସ କର୍ମୀ ଆହତ । ଅଧିକ ପଢନ୍ତୁ...

Attack on police personnel in odisha-jharkhand border,4injured
ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ପୋଲିସକୁ ଆକ୍ରମଣ
author img

By

Published : Apr 16, 2020, 6:04 PM IST

ରାଇରଙ୍ଗପୁର: କୋରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ଏବଂ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଇଛି। ହେଲେ ଏହାର ପ୍ରଭାବ ପଡୋଶୀ ଝାଡ଼ଖଣ୍ଡ ରାଜ୍ୟରେ ପଡି ନଥିବା ଦେଖିବାକୁ ମିଳିଛି।

ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ପୋଲିସକୁ ଆକ୍ରମଣ

ଝାଡ଼ଖଣ୍ଡର କିଛି ଦୁର୍ବୃତ୍ତଙ୍କ ଆକ୍ରମଣରେ 4 ଜଣ ପୋଲିସ କର୍ମୀ ଆହତ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଧୀନରେ ଥିବା ଓଡିଶା ଝାଡଖଣ୍ଡ ବୋର୍ଡର ବେନିସାଗର ନିକଟରେ। ଲକ ଡାଉନକୁ ନେଇ ଓଡ଼ିଶା ଝାଡ଼ଖଣ୍ଡ ସୀମା ବେନିସାଗର ନିକଟରେ ରରୁଆଁ ଅଞ୍ଚଳରେ । ପୋଲିସ କଡ଼ାକଡ଼ି ଭାବେ ଗାଡ଼ି ଯାଞ୍ଚ କରୁଥିବା ବେଳେ ହୋଇଛି ଆକ୍ରମଣ । ସୂଚନା ଅନୁଯାୟୀ ଓଡ଼ିଶା ସୀମାନ୍ତବର୍ତ୍ତି ଝାଡ଼ଖଣ୍ଡ ରାଜ୍ୟର କୁଳପୋଷୀ ଗ୍ରାମରୁ ୧୦ ରୁ ୧୨ ଟି ବାଇକରେ ପ୍ରାୟ ୧୫ ରୁ ୨୦ ଜଣ ଦୁର୍ବୃତ୍ତ ଆସି ହଠାତ୍ ପୋଲିସ କର୍ମଚାରୀଙ୍କ ଉପରକୁ ଆକ୍ରମଣ କରିଥିଲେ। ସେଠାରେ ଥିବା ଗେଟ୍, ଚେୟାର ଓ ବାଇକ ଭାଙ୍ଗିବା ସହ ପୋଲିସ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।

ଫଳରେ 4 ଜଣ ପୋଲିସ କର୍ମୀ ଆହତ ହୋଇଥିଲେ । ଓଡ଼ିଶା ଝାଡ଼ଖଣ୍ଡ ସୀମା ସିଲକୁ ନେଇ ଏହି ଆକ୍ରମଣ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ରରୁଆଁ ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ଦୁଇଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଅଟକ ରଖାଯାଇ ଥିବା ବେଳେ ଏବଂ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରି ଯଥାଶୀଘ୍ର ଗିରଫ କରାଯିବ ବୋଲି କରଞ୍ଜିଆ ଏସଡିପିଅ ସୂଚନା ଦେଇଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.