ETV Bharat / state

ଆଶାକର୍ମୀଙ୍କୁ ଆକ୍ରମଣ ପ୍ରତିବାଦରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା - ଆଶାକର୍ମୀଙ୍କ ପ୍ରତିବାଦ

ଆଶାକର୍ମୀଙ୍କୁ ଆକ୍ରମଣ ପ୍ରତିବାଦରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ଶତାଧିକ ଆଶାକର୍ମୀଙ୍କ ପ୍ରତିବାଦ । ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି । ଅଧିକ ପଢନ୍ତୁ

ଆଶାକର୍ମୀଙ୍କୁ ଆକ୍ରମଣ ପ୍ରତିବାଦରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

author img

By

Published : Jan 3, 2022, 9:15 PM IST

ରାଇରଙ୍ଗପୁର : ଆଶାକର୍ମୀଙ୍କୁ ଆକ୍ରମଣ ପ୍ରତିବାଦରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ । ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି। ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ଯୋଡାଚୁଆର ଆଶାକର୍ମୀ ବୁଦୁନି ତିରିଆଙ୍କୁ ଠେଙ୍ଗାରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ତେବେ ରାଇହରି ପଞ୍ଚାୟତ କାର୍ଯ୍ୟାଳୟରେ ରାସନ କାର୍ଡଧାରୀଙ୍କୁ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବା ସମୟରେ କୋଭିଡ ଟିକା ନେଇ ନଥିବା ପରିବାରକୁ ଚିହ୍ନଟ କରାଯାଉଥିଲା ।

ଆଶାକର୍ମୀଙ୍କୁ ଆକ୍ରମଣ ପ୍ରତିବାଦରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିକା ନ ନେଲେ ଟଙ୍କା ମିଳିବ ନାହିଁ ବୋଲି କୁହାଯାଉଥିଲା । ଏ ନେଇ ଗ୍ରାମର କିଛି ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ପରେ ଆଶାକର୍ମୀ ଜଣକ ଏକ ସ୍କୁଟି ଯୋଗେ ଘରକୁ ଫେରୁଥିବା ସମୟରେ ଯୋଡାଚୁଆ ଗ୍ରାମର ବଗଲା ବାନରା ଓ ମକି ବାନରା ଏକ ଠେଙ୍ଗା ସାହାଯ୍ୟରେ ଆଶାକର୍ମୀ ବୁଦୁନି ତିରିଆଙ୍କୁ ଆକ୍ରମଣ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ।

ଏ ନେଇ ଆଜି ( ସୋମବାର) ରାଇରଙ୍ଗପୁର ଉପଖଣ୍ଡର ଶତାଧିକ ଆଶାକର୍ମୀ ଏକ ରାଲିରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଥିଲେ।ତେବେ ଦୋଷୀଙ୍କୁ ତୁରନ୍ତ ଗିରଫ ଦାବିରେ ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ କୁମାର ଦାସଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦୁଇ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରା ନଗଲେ ଆସନ୍ତା ୫ ତାରିଖରୁ ଜିଲ୍ଲାବ୍ୟାପୀ କୋଭିଡ କାର୍ଯ୍ୟ ବନ୍ଦ କରିବାର ଚେତାବନୀ ଦେଇଛନ୍ତି ଉପଖଣ୍ଡର ଆଶାକର୍ମୀ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.