ETV Bharat / state

ଅଙ୍ଗନବାଡି କର୍ମୀଙ୍କୁ ମାଡ ମାରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବାଦିପତ୍ର - ମୟୂରଭଞ୍ଜ ଜିଲ୍ଲା ଟେଣ୍ଟିପୋଷି ଅଙ୍ଗନବାଡି

କାର୍ଯ୍ୟରତ ଅଙ୍ଗନବାଡିକର୍ମୀଙ୍କୁ ମାଡ ମାରିଥିବା ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛି ଅଙ୍ଗନବାଡି ସଂଘ ।

ଫଟୋ ସୌଜନ୍ଯ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Sep 7, 2019, 5:49 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ଟେଣ୍ଟିପୋଷି ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ବଣ୍ଟନକୁ ନେଇ ଅଙ୍ଗନବାଡି କର୍ମୀଙ୍କୁ ମାଡ ମରାଯାଇଛି । ଏ ଅଭିଯୋଗରେ ସେକ୍‌ ଅହମ୍ମଦକୁ ଗିରଫ କରିବାକୁ ଦାବି କରିଛନ୍ତି କୁସୁମୀ ବ୍ଲକର ସମସ୍ତ ଅନଙ୍ଗବାଡି କର୍ମୀ । ଏନେଇ ରାଇରାଙ୍ଗପୁର ଉପଜିଲ୍ଲାପାଳଙ୍କୁ ମଧ୍ୟ ଏକ ଦାବି ପ୍ରଦାନ କରିଛନ୍ତି।

ଗତ 5 ତାରିଖରେ ଟେଣ୍ଟରପୋଷି ଗାଁରେ ଅଙ୍ଗନବାଡି କର୍ମୀ ମନ୍ଦଦୋରୀ ପ୍ରସୂତୀ ମହିଳାଙ୍କୁ ଅଣ୍ଡା ବାଣ୍ଟୁ ଥିବା ସମୟରେ ସେହି ଗାଁର ସେକ ଅହମ୍ମଦ ଆସି ଅଣ୍ଡା ମାଗିଥିଲେ । ଏହା ପରେ ଅଙ୍ଗନବାଡି କର୍ମୀଙ୍କ ଯୁକ୍ତତର୍କ କରିବା ସହ ମାଡ ମାରି କଚାଡି ଦେଇଥିଲେ । ଫଳରେ ଗୁରୁତର ଅବସ୍ଥାରେ ଅଙ୍ଗନବାଡି କର୍ମୀ ମନ୍ଦଦୋରୀଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ପରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଏ ନେଇ କୁସୁମୀ ବ୍ଲକର ପ୍ରାୟ 231 ଅଙ୍ଗନବାଡି କେନ୍ଦ୍ରର କର୍ମୀ ଏକତ୍ରୀତ ହୋଇ ଘଟଣାର ତୀବ୍ର ନିନ୍ଦା କରିବା ସହିତ ଅଭିଯୁକ୍ତକୁ ଯଥାଶୀଘ୍ର ଗିରଫ କରିବା ଦାବିରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ତେବେ ଜଣେ କାର୍ଯ୍ୟରତ ଅଙ୍ଗନବାଡିଙ୍କୁ ମାଡ ମାରିବା ତାଙ୍କ କାର୍ଯ୍ୟରେ ବାଧା ଦେବା ବେଆଇନ ହୋଇଥିଲେ ମଧ୍ୟ ପୋଲିସ କାହିଁକି ଚୁପ୍ ପଡିଛି ତାକୁ ନେଇ ପ୍ରଶ୍ନ ଉଠିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିନରେ ଥିବା ଟେଣ୍ଟପୋଷି ଅଙ୍ଗନବାଡି କେନ୍ଦ୍ର ରେ ଅଣ୍ଡା ବଣ୍ଟନ ନେଇ ଅଙ୍ଗନବାଡି କର୍ମୀ ଙ୍କୁ ମାଡ ମାରିବା ଘଟଣା କୁ ନେଇ ଏବଂ ମାଡ଼ ମାରିଥିବା ସଂଖ୍ୟାଲଘୁ ସଂପ୍ରଦାୟର ସେକ ଅହମ୍ମଦ କୁ ଯଥାଶୀଘ୍ର ଗିରଫ କରିବା ପାଇଁ କୁସୁମୀ ବ୍ଲକ ର ସମସ୍ତ ଅଙ୍ଗନବାଡି କେନ୍ଦ୍ର ର କର୍ମୀ ମାନେ ଏକ ଦାବି ପତ୍ର ରାଇରଙ୍ଗପୁର ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ ଗତ ତା୦୫/୦୯/୨୦୧୯ରିଖ ଗୁରୁବାର ଦିନ ମୟୁରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ଟେଣ୍ଟପୋଷି ଗ୍ରାମର ଅଙ୍ଗନବାଡି କେନ୍ଦ୍ର ରେ କର୍ମୀ ମନ୍ଦଦୋରୀ ଦେଇ ପ୍ରସୁତୀ ମହିଳା ମାନଙ୍କୁ ଅଣ୍ଡା ବାଣ୍ଟୁଥିବା ସମୟରେ ସେହି ଗ୍ରାମର ସେକ ଅହମ୍ମଦ ଆସି ଆଗେ ଅଣ୍ଡା ନେବାପାଇଁ ତାଙ୍କ ସହିତ ଯୁକ୍ତିତର୍କ କରିବା ସହିତ ମାଡ଼ ମାରି କଚାଡି ଦେଇଥିଲେ। ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ଓ ପରେ ବାରିପଦା ପି ଆର ଏମ୍ ସ୍ଥାନାନ୍ତର କରାଯାଇଥିଲା। ଏ ନେଇ କୁସୁମୀ ବ୍ଲକ ର ପ୍ରାୟ ୨୩୧ ଅଙ୍ଗନବାଡି କେନ୍ଦ୍ର ର କର୍ମୀ ମାନେ ଏକତ୍ରିତ ହୋଇ ଘଟଣାର ତୀବ୍ର ନିନ୍ଦା କରିବା ସହିତ ଅଭିଯୁକ୍ତ କୁ ଯଥାଶୀଘ୍ର ଗିରଫ କରିବା ଦାବିକରି ରାଇରଙ୍ଗପୁର ଉପଜିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଅଭିଯୁକ୍ତକୁ ତୁରନ୍ତ ଗିରଫ କରା ନଗଲେ ଜିଲ୍ଲା ସଂଘ ପକ୍ଷରୁ ଆନ୍ଦୋଳନ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ତେବେ ଏକ ଅଙ୍ଗନବାଡି ଦିଦି ଙ୍କୁ ମାଡ଼ ମାରିବା ଘଟଣାର ଆଜିକୁ ତିନି ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବାଇଟ୧- ନିର୍ମଳା ପ୍ରଧାନ, ସଭାନେତ୍ର, ଅଙ୍ଗନବାଡି ଏସୋସିଏସନ୍।
ବାଇଟ୨- ସାରଥି ମହାନ୍ତ, ଜିଲ୍ଲା ସଭାନେତ୍ରୀ, anganbadi ladies workers association.

Body:x

Conclusion:x
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.