ବାରିପଦା: ଭୁବନେଶ୍ବର-ବାଙ୍ଗରିପୋଷି ସୁପର ଫାଷ୍ଟ ଟ୍ରେନ ଧକ୍କାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ । ଘଟଣା ଘଟିଛି ବାରିପଦା ରେଲୱେ ଷ୍ଟେସନ ନିକଟରେ । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବାରିପଦା ଷ୍ଟେସନ ନିକଟରୁ ଏକ କିଲୋମିଟର ଦୂରରେ ଭୁବନେଶ୍ବର-ବାଙ୍ଗରିପୋଷି ସୁପର ଫାଷ୍ଟ ଟ୍ରେନରେ କଟି ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।
ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳି ପାରିନାହିଁ । ଖବର ପାଇ ଘଟଣା ସ୍ଥଳରେ ରେଲୱେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ