ETV Bharat / state

ଫୁଟବଲ ଦେଖି ଫେରିବା ବେଳେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

author img

By

Published : Oct 18, 2020, 10:03 PM IST

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ସାରୁମୂଳା ଗାଁ ନିକଟସ୍ଥ ଜଙ୍ଗଲରେ ଜଣେ ବୃଦ୍ଧଙ୍କୁ ଦଳି ଦେଇଛି ଦନ୍ତା । ଅଧିକ ପଢ଼ନ୍ତୁ...

ରାସଗୋବିନ୍ଦପୁର ରେଞ୍ଜରେ ବୃଦ୍ଧଙ୍କୁ ଦଳିଦେଳା ଦନ୍ତା ହାତୀ

ବାରିପଦା: ହାତୀ ଆକ୍ରମଣରେ ବୃ୍ଦ୍ଧଙ୍କ ଶୋଚନୀୟ ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ସାରୁମୂଳା ଗାଁ ନିକଟ ଜଙ୍ଗଲ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ମୃତକ ସାରୁମୂଳ ଗ୍ରାମର ଶ୍ରୀକାନ୍ତ ବେହେରା ବୋଲି ଜଣା ପଡ଼ିଛି।

ଆଜି(ରବିବାର) ଶ୍ରୀକାନ୍ତ ବେହେରା ସ୍ଥାନୀୟ ଅଞ୍ଚଳରେ ଏକ ଫୁଟବଲ ମ୍ୟାଚ ଦେଖିବାକୁ ଯାଇଥିଲେ। ତେବେ ଫେରିବା ବେଳେ ସାରୁମୁଳା ଜଙ୍ଗଲ ରାସ୍ତାଦେଇ ଘରକୁ ଯାଉଥିଲେ। ସେହି ସମୟରେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରି ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ବନବିଭାଗ ଏନେଇ କୌଣସି ମତେ ଖବର ପାଇଥିଲା। ଘଟଣାସ୍ଥଳରେ ବନ ବିଭାଗ ଶ୍ରୀକାନ୍ତଙ୍କୁ ଉଦ୍ଧାର କରିବାକୁ ପହଞ୍ଚିଥିଲା। ତେବେ ବୃଦ୍ଧଙ୍କୁ ଦନ୍ତା ଦଳି ଦେଇଥିବାରୁ ମୃତଦେହ ମାଟିରେ ଅଧା ପୋତିହୋଇ ଯାଇଥିବା ଦେଖିବାକୁ ମିଳିଥିଲା।

ଗ୍ରାମବାସୀଙ୍କ ସହୟତାରେ ଶ୍ରୀକାନ୍ତ ବେହେରାଙ୍କ ମୃତଦେହକୁ ଉଦ୍ଧାର କରିଛି ବନ ବିଭାଗ। ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ବନ ବଭାଗ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ। ଗତକିଛି ଦିନ ହେଲା ଏହି ଅଞ୍ଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏନେଇ ବାରମ୍ବାର ବନ ବିଭାଗ ନିକଟରେ ଅଭିଯୋଗ କଲେ ସୁଦ୍ଧା କୌଣସି ଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ହାତୀ ଉପଦ୍ରବ ଯୋଗୁଁ ଭୟରେ ଦିନ କାଟୁଛନ୍ତି ଅଞ୍ଚଳବାସୀ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.