ETV Bharat / state

ମୟୂରଭଞ୍ଜରେ ଅମ୍ଫାନ ପ୍ରଭାବ: ବଢୁଛି ପବନ, ଢାଳୁଛି ବର୍ଷା

author img

By

Published : May 20, 2020, 1:34 PM IST

ଅମ୍ଫାନ ପ୍ରଭାବରେ ମୟୂରଭଞ୍ଜରେ ଲାଗିରହିଛି ବର୍ଷା ପବନ । ୮୦ କିଲୋମିଟରରୁ ଉର୍ଦ୍ଧ୍ବ ବେଗରେ ହେଉଛି ପବନ । ଅଧିକ ପଢନ୍ତୁ...

ମୟୂରଭଞ୍ଜରେ ଅମ୍ଫାନ ପ୍ରଭାବ, ବଢୁଛି ପବନର ବେଗ

ବାରିପଦା: ମୟୂରଭଞ୍ଜ ଜିଲାରେ ଅମ୍ଫାନ ପ୍ରଭାବ ଅନୁଭୂତ ହୋଇଛି। ଅମ୍ପାନ ପ୍ରଭାବରେ ମଙ୍ଗଳବାର ରାତିରୁ ଝିପିଝିପି ବର୍ଷା ହେଉଥିବା ବେଳେ, ବୁଧବାର ସକାଳୁ ଜୋର ପବନ ସହିତ ଜିଲାରେ ବର୍ଷା ଲାଗିରହିଛି। ସକାଳ ୬ଟାରେ ପବନର ବେଗ ୮୦ କିଲୋମିଟରରୁ ଉର୍ଦ୍ଧ୍ବ ରହିଥିବା ବେଳେ ପର୍ଯ୍ୟାୟ କ୍ରମେ ବଢ଼ିବାରେ ଲାଗିଛି।

ଜିଲ୍ଲାର ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରିବା କାର୍ଯ୍ୟ ଜାରି ରଖାଯାଇଛି। ବିଶେଷକରି ମୟୂରଭଞ୍ଜ ଜିଲ୍ଲାରେ ୮ଟି ବ୍ଲକ ପ୍ରଭାବିତ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାର ମୋରଡ଼ା, ରାସଗୋବିନ୍ଦପୁର, ବେତନଟୀ, ଉଦଳା, କପ୍ତିପଦା, ବାରିପଦା, ଜିବି ନଗର, ଶୁଳିଆପଦା ବ୍ଲକରେ ବାତ୍ୟା ଅମ୍ଫାନର ପ୍ରଭାବ ଅଧିକ ରହିବ ବୋଲି କୁହାଯାଇଛି ।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୩୮୭ଟି ଆଶ୍ରୟସ୍ଥଳୀକୁ ୫୨୦୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଜିଲ୍ଲାରେ ଗୋଟିଏ ଏନଡିଆରଏଫ ଟିମ ସହିତ ଓଡ୍ରାଫର ୪ଟି ଟିମ ଓ ୨୫ଟି ଅଗ୍ନିଶମ ବାହିନୀ ବିଭିନ୍ନ ସ୍ଥାନରେ ମୁତୟନ ଥିବା ଜଣାପଡିଛି । ଜିଲ୍ଲାପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି। ଏବେ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.