ETV Bharat / state

ଭୋଟ ମାଗିବାକୁ ମୟୂରଭଞ୍ଜ ଆସୁଛନ୍ତି ଶାହ - ମୟୁରଭଞ୍ଜ

ଚର୍ତୁଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବାକୁ ମୋରଡା ନିର୍ବାଚନ ମଣ୍ଡଳୀର ପାଟପୁରକୁ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ।

author img

By

Published : Apr 27, 2019, 12:05 AM IST

ବାରିପଦା: ଚର୍ତୁଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ମୋରଡା ନିର୍ବାଚନ ମଣ୍ଡଳୀର ପାଟପୁରକୁ ଶନିବାର ଅମିତ ଶାହ ଗସ୍ତ କରିବେ ।

ବିଜେଡି ପକ୍ଷରୁ ପାଟପୁର ଠାରେ ନିର୍ବାଚନୀ ସଭା ଆୟୋଜିତ ହୋଇସାରିଥିବାବେଳେ ବିଜେପି ପକ୍ଷରୁ ମଧ୍ୟ ସେଠାରେ ସଂକଳ୍ପ ସମାବେଶ ତଥା ନିର୍ବାଚନୀ ସଭାର ଆୟୋଜନ କରାଯିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ମୋରଡା ନିର୍ବାଚନ ମଣ୍ଡଳୀ ଗସ୍ତ ପାଇଁ ବିଜେପି ଶିବିର ଚଳଚଞ୍ଚଳ ହୋଇଉଠିଛି । ସମାବେଶ ନିମନ୍ତେ ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେରେ ପହଞ୍ଚିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ମୟୁରଭଞ୍ଜ

ଶାହ ଦିନ ୧ଟା ପରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ଶାହଙ୍କ ପହଞ୍ଚିବାର ୧ ଘଣ୍ଟା ପୂର୍ବରୁ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିବା ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାନ୍ତି ସୂଚନା ଦେଇଛନ୍ତି । ସେହିଭଳି ଦଳର ରାଜ୍ୟ ଓ ଜିଲ୍ଲାସ୍ତରୀୟ କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡିଛି ।

ଶାହଙ୍କ ମୋରଡା ନିର୍ବାଚନ ମଣ୍ଡଳୀ ଗସ୍ତ ପାଇଁ ବିଜେପି ଶିବିର ଚଳଚଞ୍ଚଳ ହୋଇଉଠିଥିବାବେଳେ ସମାବେଶ ନିମନ୍ତେ ପ୍ରସ୍ତୁତି ଜୋରଦାର କରି ଶେଷ ପର୍ଯ୍ୟାୟରେରେ ପହଞ୍ଚିଛି । ଦଳର ଲୋକସଭା ସହକାରୀ ପ୍ରଭାରୀ ସାରଦା ପ୍ରସାଦ ଶତପଥୀ, ଦଳର ଜିଲ୍ଲା ସଭାପତି ତଥା ମୋରଡା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାନ୍ତି, ସମାଜସେବୀ ତଥା ବରିଷ୍ଠ ନେତା କମଳେନ୍ଦୁଲାଲ ମହାନ୍ତି ପ୍ରମୁଖ ସମାବେଶ ପ୍ରସ୍ତୁତି ତଦାରଖ କରୁଥିବାବେଳେ ଦଳୀୟ କର୍ମୀ ଓ ସମର୍ଥକ ମହଲରେ ଉତ୍ସାହ ଖେଳିଯାଇଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.