ETV Bharat / state

ପୁଣି ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଅବହେଳା ଅଭିଯୋଗ, ରାସ୍ତାକୁ ଓହ୍ଲାଇଲେ ଅଭିଭାବକ - ରାଜରାସ୍ତାକୁ ଓହ୍ଲାଇଛନ୍ତି ଅଭିଭାବକ ସଂଘ

ଅବ୍ୟବସ୍ଥା ଘେରରେ ଅନ୍ୱେଷା ହୋଷ୍ଟେଲ, ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଅବହେଳାର ଶିକାର ହେଉଥିବା ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଅଭିଭାବକ ସଂଘ । ଅଧିକ ପଢ଼ନ୍ତୁ

parents protest
ଅଭିଭାବକ ସଂଘର ଆନ୍ଦୋଳନ
author img

By

Published : Dec 24, 2022, 11:22 AM IST

ପୁଣି ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଅବହେଳା ଅଭିଯୋଗରେ ରାଜରାସ୍ତାକୁ ଓହ୍ଲାଇଲେ ଅଭିଭାବକ

ରାଇରଙ୍ଗପୁର: ହଷ୍ଟେଲରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଅବହେଳାର ଶିକାର ହେଉଥିବା ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଅଭିଭାବକ ସଂଘ । ଶତାଧିକ ଅଭିଭାବକ ରାଇରଙ୍ଗପୁର ସହରର ମହୁଲଡିହା ସ୍ଥିତ ସହରାଞ୍ଚଳ ଶିକ୍ଷା ଯୋଜନା (ଅନ୍ୱେଷା) ଛାତ୍ର ଓ ଛାତ୍ରୀ ନିବାସରୁ ଏକ ରାଲିରେ ଯୋଗଦେଇ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି ମଧ୍ୟ କରିଥିଲେ ।

ସହରାଞ୍ଚଳ ଶିକ୍ଷା ଯୋଜନା (ଅନ୍ୱେଷା) ଛାତ୍ରାବାସରେ ୩୬୨ ଜଣ ଛାତ୍ର ରହୁଥିବା ବେଳେ ଛାତ୍ରୀ ନିବାସରେ ୩୬୬ ଜଣ ଛାତ୍ରୀ ରହୁଛନ୍ତି । ସେଠାରେ ସର୍ବମୋଟ ୭୨୮ ଜଣ ଛାତ୍ରଛାତ୍ରୀ ରହି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଞ୍ଚଟି ସ୍କୁଲରେ ଅଧ୍ୟୟନ କରୁଥିବାର ସୂଚନା ରହିଛି । ତେବେ ଅନ୍ୱେଷାରେ ଛାତ୍ରଛାତ୍ରୀ ଅବହେଳିତ ଅବସ୍ଥାରେ ରହୁଥିବା ଅଭିଯୋଗ କରିଛନ୍ତି ଅଭିଭାବକ ସଂଘ । ପୂର୍ବରୁ ପିଜିସିଏଲ ମାଧ୍ୟମରେ ଏନେଇ ଅଭିଯୋଗ ମଧ୍ୟ କରିଛନ୍ତି । ଛାତ୍ରଛାତ୍ରୀ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାରୁ ଅଭିଭାବକମାନେ ଆଠ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ଟିଉସନ ସୁବିଧା ଯୋଗାଇ ଦେବା, ଡାକ୍ତରଙ୍କ ଦ୍ବାରା ନିୟମିତ ଚେକଅପ, ପିଇବା ପାଇଁ ବିଶୁଦ୍ଧ ପାଣି, ପୁଷ୍ଟିକର ଖାଦ୍ୟ, ନିୟମିତ ଶୌଚାଳୟ ସଫାସୁତୁରା ଇତ୍ୟାଦି ଅଭିଭାବକ ମାନଙ୍କ ଦାବି ରହିଥିଲା ।

ତେବେ ଯଥାଶୀଘ୍ର ସେମାନଙ୍କ ଦାବି ପୂରଣ ନହେଲେ ଆଗାମୀ ଦିନରେ ପୁଣି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଅଭିଭାବକ ସଂଘ । ସେପଟେ ଏନେଇ ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ସୁରେଶ ଚନ୍ଦ୍ର ଜିତଙ୍କୁ ପଚାରି ବୁଝିବାରୁ ସେ କହିଛନ୍ତି," ସମସ୍ତ ସୁବିଧା ଅନ୍ୱେଷାରେ ଉପଲବ୍ଧ ରହିଛି । କେବଳ ଶିକ୍ଷକ ନିଯୁକ୍ତି ଓ ଛାତ୍ରୀନିବାସରେ ପାଣିର ଅସୁବିଧା ରହିଛି ।" ସେଗୁଡିକ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ।

ଏହା ମଧ୍ୟ ପଢ଼ନ୍ତୁ: ନିଖିଳ ଓଡିଶା ରାସ୍ତାପାର୍ଶ୍ଵ ଉଠାଦୋକାନୀ ମହାସଂଘର ଉତ୍ତର ବିଏମ୍‌ସି କାର୍ଯ୍ୟାଳୟ ଘେରାଉ

ସୂଚନା ଥାଉକି, ଏହା ପୂର୍ବରୁ ମଧ୍ୟ ହଷ୍ଟେଲରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ଦିଆଯାଉନଥିବା ଅଭିଯୋଗ ହୋଇଥିଲା। ଠାକୁରମୁଣ୍ଡା ଠାରେ ଥିବା ଆଦିବାସୀ ଛାତ୍ରୀ ନିବାସରେ ୯୪ ଜଣ ଖାଇବାକୁ ନପାଇ ଗତ ଅକ୍ଟୋବର ମାସ ୨୩ ତାରିଖ ଦିନ ହଷ୍ଟେଲରୁ ସମସ୍ତ ଛାତ୍ରୀ ବାହାରି ଆସି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି କାନ୍ଦିଥିଲେ । ଯାହାକୁ ନେଇ ସେତେବେଳେ ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେହିପରି ଗତ ଅଗଷ୍ଟ ମାସରେ କେଶଡିହା ଆଶ୍ରମର ହଷ୍ଟେଲରେ ରହୁଥିବା ୩୨୦ ଜଣ ଛାତ୍ରଛାତ୍ରୀ ତାଲିକା ଅନୁଯାୟୀ ଖାଦ୍ୟ ନଦେବା ସହିତ କମ ଖାଦ୍ୟ ଦେବା, ହଷ୍ଟେଲ ଭିତରେ ପାଣି ଗଳିବା, ଶ୍ରେଣୀ ଗୃହ ଅଭାବରୁ ୪ଟି ଶ୍ରେଣୀର ପିଲାଙ୍କୁ ଗୋଟିଏ ଶ୍ରେଣୀ ଗୃହରେ ବସାଇ ପାଠ ପଢ଼ାଇବା ଓ ପାନୀୟ ଜଳ ଅଭାବ ଭଳି ସମସ୍ୟା ନେଇ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେବା ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରସାର ପ୍ରଚାର ହେଲା ପରେ ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଆବେଦନ କ୍ରମେ ଏକ ମାମଲା ରୁଜୁ ହୋଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ ହୋଇଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.