ETV Bharat / state

ନିଜକୁ ସରକାରୀ ଅଧିକାରୀ ପରିଚୟ ଦେଇ ଶ୍ରମିକଙ୍କଠୁ ଟଙ୍କା ଲୁଟି ନେଲେ ମହିଳା

author img

By

Published : Aug 19, 2021, 7:03 AM IST

କୋରୋନା ମହାମାରୀ ସମୟରେ ଶ୍ରମିକ ମାନେ ନିଯୁକ୍ତି ପାଇଁ ଚାହିଁ ରହିଥିବା ବେଳେ ସରକାରୀ ସହାୟତା ମିଳିବା ବଦଳରେ ଆଦିବାସୀ ଶ୍ରମିକ ମାନେ ଠକାମୀର ଶିକାର ହୋଇଥିବାନେଇ ଠାକୁରମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

କୋରୋନା ସହାୟତା ପ୍ରଦାନ ଆଳରେ ଶ୍ରମିକମାନଙ୍କ ଠାରୁ ମହିଳାଙ୍କ ଲୁଟ୍ ଅଭିଯୋଗ

ରାଇରଙ୍ଗପୁର: କମିଶନର କହି ଅଞ୍ଚଳବାସୀଙ୍କ ଠାରୁ ଲୁଟ୍ କଲେ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅଧିନ ପଡ଼ିଆବେଡା ଓ ଖଣ୍ଡବନ୍ଧ ପଞ୍ଚାୟତର ଖଣ୍ଡବନ୍ଧ ଓ ନୂଆପଡା ଗ୍ରାମରେ । ଭଦ୍ରକ ଅଞ୍ଚଳର ଜନୈକା ମହିଳା ନିଜକୁ ରାଜ୍ୟ ଶ୍ରମ କମିଶନର କାର୍ଯ୍ୟାଳୟର କର୍ମଚାରୀ ବୋଲି ପରିଚୟ ଦେଇ କୋରୋନା ସହାୟତା ନିମନ୍ତେ ଶ୍ରମିକ କାର୍ଡଧାରୀ ଆଦିବାସୀ ଶ୍ରମିକ ମାନଙ୍କୁ ପ୍ରଦାନ ଆଳରେ ହଜାର ହଜାର ଟଙ୍କା ଆଦାୟ କରିଥିବା ନେଇ ଶ୍ରମିକମାନେ ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନାନୁଯାୟୀ, ଗତ ବୁଧବାର ଓରିୟମ ଗ୍ରାମର ସୁରେଶ ମହାନ୍ତ ଖଣ୍ଡବନ୍ଧ ଗ୍ରାମର ଶ୍ରମିକମାନଙ୍କୁ ଶ୍ରମିକକାର୍ଡ ଓ ଆଧାରକାର୍ଡ ଧରି ପଡ଼ିଆବେଡା ହାଟକୁ ଆସି ଶ୍ରମିକ ସହାୟତା ୧୫୦୦ ଟଙ୍କା ନେବାପାଇଁ ଫୋନ ଯୋଗେ ଡାକିଥିଲେ । ପୂର୍ବରୁ ଉକ୍ତ ସ୍ଥାନରେ ନୂଆପଡା ଗ୍ରାମର ଅନେକ ଶ୍ରମିକ ନିଜ ନିଜର କାର୍ଡ ଓ ୨୦୦ ଟଙ୍କା ଧରି ଉପସ୍ଥିତ ଥିଲେ । ସେଠାରେ ପୂର୍ବରୁ ଉପସ୍ଥିତ ଥିବା ମହିଳା ଜଣକ ନିଜକୁ ଜଗାବଳିଆ ସଂସ୍ଥାର ସଭାନେତ୍ରୀ ଓ ସାଙ୍ଗରେ ଆସିଥିବା ଜଣେ ଯୁବକ ସମ୍ପାଦକ ବୋଲି ପରିଚୟ ଦେବା ସହ ରାଜ୍ୟ ଶ୍ରମ କାର୍ଯ୍ୟାଳୟରୁ ଆସିଛି ବୋଲି ପରିଚୟ ଦେଇଥିଲେ ।

ଏଥିସହ ପ୍ରତ୍ୟେକ ଶ୍ରମିକ ୨୦୦ଟଙ୍କା ଦେଲେ ତାଙ୍କ ବ୍ୟାଙ୍କ ଖାତାକୁ ମୁଖ୍ୟମନ୍ତ୍ରୀଙ୍କ କୋରୋନା ସହାୟତା ରାଶି ୧୫୦୦ ଟଙ୍କା ଆସିବ ଏବଂ ଟଙ୍କା ନଦେଲେ ଖାତାକୁ ଅର୍ଥରାଶି ଆସିବ ନାହିଁ ବୋଲି ସେ ଘୋଷଣା କରିଥିଲେ । ଏଥିରେ ବଣଜଙ୍ଗଲ ଘେରା ଅଞ୍ଚଳରେ ବସବାସ କରୁଥିବା ୨୦୦ ସରଳ ଆଦିବାସୀ ଶ୍ରମିକ ମହିଳାଙ୍କ ଛଳନାକୁ ନବୁଝି ସଙ୍ଗେସଙ୍ଗେ ୨୦୦ଟଙ୍କା ପ୍ରଦାନ କରିଥିଲେ ।

ସେପଟେ ମହିଳା ଜଣକ ଯିବା ପୁର୍ବରୁ ଶ୍ରମିକମାନଙ୍କୁ କହିଥିଲେ ଯେ ନୂତନ ଶ୍ରମିକକାର୍ଡ କରିବାକୁ ଚାହୁଁଥିଲେ ୧୦୦୦ ଟଙ୍କା ଓ ନବୀକରଣ ପାଇଁ ୩୨୦ ଟଙ୍କା ଦେଲେ ତୁରନ୍ତ କାର୍ଡ ଯୋଗାଇ ଦିଆଯିବ । ଅନୁସନ୍ଧାନ ପରେ ଶ୍ରମିକମାନେ ଜାଣିବାକୁ ପାଇଥିଲେ କି ସରକାର ସିଧାସଳଖ ଶ୍ରମିକମାନଙ୍କ ବ୍ୟାଙ୍କ ଖାତାକୁ ଅର୍ଥରାଶି ପଠାଇବେ ଏବଂ ଏଥିପାଇଁ କୌଣସି ଅର୍ଥର ଆବଶ୍ୟକତା ନାହିଁ । ଉକ୍ତ ମହିଳା ଓ ଗ୍ରାମରେ ଥିବା ଜଗାକାଳିଆ ଶ୍ରମିକ ସଂସ୍ଥାର ଦଲାଲମାନଙ୍କ ଦ୍ବାରା ଶ୍ରମିକମାନେ ଠକାମୀର ଶିକାର ହୋଇଥିବା ଜାଣି ସେମାନେ ଠାକୁରମୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗର ଏକ କପି ପଠାଇ ଥିବା ଜଣାଯାଇଛି ।

ତେବେ ଏ ସମ୍ପର୍କରେ ଜଗାକାଳିଆ ଶ୍ରମିକ ସଙ୍ଘର ସଭାନେତ୍ରୀ ଶାନ୍ତି ରାଉତଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ କହିଥିଲେ ଆମ ସଙ୍ଘରେ ସଦସ୍ୟ ହେବାପାଇଁ ୨ ଶହ ଟଙ୍କା ନିଆ ଯାଇଥିବା ବେଳେ ତାଙ୍କୁ ଜନୈକ ମହିଳା ଜଣକ ତାଙ୍କୁ ରସିଦ ପ୍ରଦାନ କରିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.