ETV Bharat / state

ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ଏସିଡ ମାଡ ଅଭିଯୋଗ - mayurbhanj news

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଜଡିଦା ଗ୍ରାମର ମାନସିକ ବିକାରଗ୍ରସ୍ତ ଶିବପ୍ରସାଦ ପୋଇଙ୍କୁ ଏସିଡ ମାଡ ଅଭିଯୋଗ ହୋଇଛି । ଘଟଣା ଗତ ଶୁକ୍ରବାର ଘଟିଥିବା ବେଳେ ସୋମବାର ଯୁବକଙ୍କୁ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

Allegations of acid attack on mental illness young man
ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ଏସିଡ ମାଡ ଅଭିଯୋଗ
author img

By

Published : Jun 8, 2020, 6:19 PM IST

ବାରିପଦା: ହଜିଯାଇଛି ମାନବିକତା । ଜଣେ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ କୌଣସି ଦୁର୍ବୃତ୍ତ ଏସିଡ ମାଡ କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଜଡିଦା ଗାଁରୁ ।

ଜଡିଦା ଗାଁର ମାନସିକ ବିକାରଗ୍ରସ୍ତ ଯୁବକ ଶିବ ପ୍ରସାଦ ପୋଇ ଗତ ଶୁକ୍ରବାର ଦିନ ରାତିରେ ଘର ବାହାରେ ବୁଲୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଏସିଡ ମାଡ କରିଥିଲେ । ଏହା ପରେ ସେ ସେହି ରାତିରେ ନିଜ ଦେହ ଜଳାପୋଡା ହେଉଛି ବୋଲି କହିବାରୁ ଶନିବାର ପରିବାର ଲୋକେ ତାଙ୍କୁ କପ୍ତିପଦା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ଅଧିକ ଗରମ ପାଇଁ ଦେହ ଜଳୁଛି ବୋଲି କହି ଔଷଧ ଦେଇ ଘରକୁ ପଠାଇ ଦେଇଥିଲେ ।

ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ଏସିଡ ମାଡ ଅଭିଯୋଗ

ହେଲେ ସୋମବାର ଯୁବକଙ୍କ ଦେହର ୫୦ ପ୍ରତିଶତ ଜଳି ଯାଇଥିବା ଦେଖି ପରିବାର ଲୋକେ ପୁଣି ଥରେ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଖବର ପାଇ କପ୍ତିପଦା ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କିଏ ଏବଂ କାହିଁକି ଏସିଡ ମାଡ କରିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.