ETV Bharat / state

ଅଙ୍ଗନବାଡିରେ ମିଳୁଛି ନିମ୍ନମାନର ଛତୁଆ, କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ

author img

By

Published : Apr 2, 2023, 12:21 PM IST

ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କୁ ନିମ୍ନ ମାନର ଛତୁଆ, ବାଦାମ ଲଡୁ ଦିଆ ଯାଉଥିବା ଅଭିଯୋଗରେ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ନିମ୍ନମାନର ଖାଦ୍ୟ ବଣ୍ଟନ ଅଭିଯୋଗ
ନିମ୍ନମାନର ଖାଦ୍ୟ ବଣ୍ଟନ ଅଭିଯୋଗ

ନିମ୍ନମାନର ଖାଦ୍ୟ ବଣ୍ଟନ ଅଭିଯୋଗ

ରାଇରଙ୍ଗପୁର: ଅଙ୍ଗନବାଡି କେନ୍ଦ୍ରରେ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଦିଆଯାଉଛି ନିମ୍ନ ମାନର ଛତୁଆ ଓ ବାଦାମ ଗୁଡ଼ ଲଡୁ । ପୁଷ୍ଟିକର ଖାଦ୍ୟ ବଦଳରେ ଅପୃଷ୍ଟିକର ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରଦାନ କରାଯାଉଛି । ଏନେଇ ବିଡ଼ିଓ, ସିଡ଼ିପିଓ ଓ ଜିଲ୍ଲାପାଳଙ୍କୁ ବାରମ୍ଵାର ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍ୟ । ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ବେଲବୋରିଆ ଅଙ୍ଗନବାଡି କେନ୍ଦ୍ରରେ ମାଆ ଦ୍ୱାରଶୁଣି ସ୍ଵୟଂ ସହାୟକ ଗୋଷ୍ଠୀ ଜୋକା ତରଫରୁ ଛତୁଆ ପ୍ରସ୍ତୁତ କରି ସ୍ଥାନୀୟ ବେଲବୋରିଆ ଅଙ୍ଗନବାଡି କେନ୍ଦ୍ରକୁ ପ୍ରଦାନ କରେ । କିନ୍ତୁ ଖାଦ୍ୟର ମାନ ଅତି ନିମ୍ନ ମାନର ରହୁଥିବା ନେଇ ଗତକାଲି ସ୍ଥାନୀୟ ଗ୍ରାମବାସୀ ମାନେ ବେଲବୋରିଆ ଅଙ୍ଗନବାଡି କେନ୍ଦ୍ରକୁ ତାଲା ପକାଇ ଦେଇଛନ୍ତି । ଅଭିଯୋଗର ତୁରନ୍ତ ଯାଞ୍ଚ ସହିତ ସମ୍ପୃକ୍ତ ମାଆ ଦ୍ୱାରଶୁଣି ସ୍ଵୟଂ ସହାୟକ ଗୋଷ୍ଠୀ ଜୋକା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ରଖିଛନ୍ତି ରୋଜାଲୋକା ଗ୍ରାମର ସରପଞ୍ଚ ରବିକାନ୍ତ ସିଂ ।

ସେପଟେ ନିଜର ଭୁଲ ଥିବା ଓ ନିମ୍ନ ମାନର ଛତୁଆ ପ୍ରସ୍ତୁତ କରୁଥିବା ଦୋଷ ସ୍ବୀକାର କରିଛି ସ୍ଵୟଂ ସହାୟକ ଗୋଷ୍ଠୀ । ବିଗତ ନଭେମ୍ବର୧୪ ସାରସକଣା ବ୍ଲକ ପରିସରରେ ଅଧ୍ୟକ୍ଷା ତୁଳସୀ ସିଂଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ବୈଠକର ଦ୍ବିତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସେହି ସମୟରେ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟମାନେ ଦିଆଯାଇଥିବା ଛତୁଆ ପ୍ୟାକେଟ ନିଜ ଗ୍ରାମରୁ ସଂଗ୍ରହ କରି ଆଣି ସର୍ବସମ୍ମୁଖରେ ପ୍ରଦର୍ଶନ କରିବା ସହିତ କିଭଳି ପୃଷ୍ଟିକର ଖାଦ୍ୟ ନାମରେ ଶିଶୁ ଓ ମାଆ ମାନଙ୍କୁ ଅଖାଦ୍ୟ ଦିଆଯାଉଛି ବୋଲି ଅଭିଯୋଗ କରିଥିଲେ । ଛତୁଆକୁ ଚାଲୁଣୀରେ ଚଲାଗଲା ପରେ 70% ଖଦଡା ଅଂଶ ବାହାରିଥିଲା, ତେବେ ଉକ୍ତ ବୈଠକରେ ଛତୁଆକୁ ସମସ୍ତଙ୍କ ସମ୍ମୁଖରେ ଖୋଲାଯାଇ ସେଥିରେ ମିଶ୍ରଣ କରାଯାଇଥିବା ନମୁନା ଦେଖାଇଥିଲେ ।

ଏଥିସହ ବିଭିନ୍ନ ସମୟରେ ପୃଷ୍ଟିକର ଖାଦ୍ୟ ନାମରେ ଅଖାଦ୍ୟ ଦିଆଯାଉଥିବା ନେଇ ଅଭିଯୋଗ ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ପରବର୍ତ୍ତୀ ସମୟରେ ଜିଲ୍ଲାପାଳଙ୍କ ଜରିଆରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ଲୋକ ପ୍ରତିନିଧି । ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ତତ୍ତ୍ଵାବଧାନରେ ପରୀକ୍ଷା ପାଇଁ ପଠାଗଲା କିନ୍ତୁ ପରିତାପର ବିଷୟ ଆଜି ପର୍ଯ୍ୟନ୍ତ ସେ ପରୀକ୍ଷାର ଫଳାଫଳ କଣ ଆସିଲା ତାହା ଜଣାପଡିଲା ନାହିଁ । ଯାହା ଫଳରେ ପୁନର୍ବାର ସେଇ ନିମ୍ନ ମାନର ଛତୁଆ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଛି । ତେବେ ମା,ଶିଶୁ, କିଶୋରୀ ବାଳିକାଙ୍କ ପାଇଁ ଆବଶ୍ୟକ ଖାଦ୍ୟ ମିଳି ପାରୁ ନାହିଁ କି ସରକାରଙ୍କ ଥିବା ମହତ ଉଦ୍ଦେଶ୍ୟ ପୂରଣ ହେଉନାହିଁ । ଏନେଇ ପୂର୍ବରୁ ଅନେକ ଥର ଅଭିଯୋଗ ଏବଂ ବିଭିନ୍ନ ଗଣମାଧ୍ୟମରେ ଏ ବାବଦରେ ଖବର ପ୍ରକାଶ ହୋଇଥିଲା । ତେବେ ଏହି ଅଭିଯୋଗ ପରେ ଜିଲ୍ଲାପାଳ କଣ କାର୍ଯ୍ୟନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.