ETV Bharat / state

ମୟୂରଭଞ୍ଜର ସମସ୍ତ ପୋଲିଂ ବୁଥରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ - mayurbhanj

ଓଡ଼ିଶାର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଲୋକସଭା ଓ 8ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ଆଉ ସେଥିଲାଗି ଶେଷ ପର୍ଯ୍ୟାୟରେ ବୁଥରେ ପ୍ରସ୍ତୁତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Apr 28, 2019, 8:23 PM IST

ବାରିପଦା: ଆଉ କେଇ ଘଣ୍ଟା ପରେ ଚତୁର୍ଥ ପର୍ଯ୍ୟାୟ ତଥା ଓଡ଼ିଶାର ଶେଷ ପର୍ଯ୍ୟାୟର ନିର୍ବାଚନ ପାଇଁ ମତଦାନ । ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଲୋକସଭା ଓ 8ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । 7ଟି ବିଧାନସଭା କ୍ଷେତ୍ର ମୟୂରଭଞ୍ଜ ଲୋକସଭା ଅନ୍ତର୍ଭୁକ୍ତ ଥିବା ବେଳେ ବଡ଼ସାହି ନିର୍ବାଚନ ମଣ୍ଡଳୀ ବାଲେଶ୍ଵର ଲୋକସଭା ଅଧୀନରେ ଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ତେବେ ଆସନ୍ତାକାଲି ମତଦାନ ଥିବାରୁ ପୋଲିଂ ବୁଥ୍‌କୁ ପହଞ୍ଚି ସାରିଲେଣି ପୋଲିଂ କର୍ମଚାରୀ । ମୟୂରଭଞ୍ଜ ଜିଲ୍ଲାର ସମସ୍ତ 2321ଟି ପୋଲିଂ ବୁଥରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ପୋଲିଂ ବୁଥ୍‌ରେ କର୍ମଚାରୀମାନେ ପହଞ୍ଚି କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ତେବେ କିଭଳି ଭାବେ ଚାଲିଛି ପୋଲିଂ ବୁଥ୍ ଅଧିକାରୀଙ୍କ ପ୍ରସ୍ତୁତି ଆମ ଇଟିଭି ଭାରତ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ନିର୍ବାଚନ ମଣ୍ଡଳୀ ପାଟପୁର ମଡେଲ ବୁଥରେ ପୋଲିଂ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.