ବାରିପଦା: ମୟୂରଭଞ୍ଜ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ । ଶିକ୍ଷା ସମସ୍ୟାର ସମାଧାନ ଦାବିରେ ମୟୂରଭଞ୍ଜ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ଅଲ ଇଣ୍ଡିଆ ଡ଼ିଏସଓ (All India DSO protest) ।
ଓଡ଼ିଶାର ୧୪,୩୫୯ ଟି ସ୍କୁଲ ତଥା ମୟୂରଭଞ୍ଜ ଜିଲ୍ଲାର ୧୧୦୯ ଟି ସ୍କୁଲ ବନ୍ଦ ନିଷ୍ପତ୍ତି ଅବିଳମ୍ବେ ପ୍ରତ୍ୟାହାର କରିବା, ନବମ ଦଶମ ଶ୍ରେଣୀରେ ସେମିଷ୍ଟାର ପଦ୍ଧତିରେ ପରୀକ୍ଷା ପରିଚାଳନା ନିଷ୍ପତ୍ତି ପ୍ରତ୍ୟାହାର କରିବା, ଶିକ୍ଷା ବିରୋଧୀ ଜାତୀୟ ଶିକ୍ଷା ନୀତି-୨୦୨୦ ତୁରନ୍ତ ବାତିଲ କରିବା ଏବଂ ଖାଲି ପଡ଼ିଥିବା ସମସ୍ତ ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ପଦବୀ ତୁରନ୍ତ ସ୍ଥାୟୀ ଭିଭିରେ ପୂରଣ କରିବା ଆଦି ଦାବିରେ ଆଜି(ମଙ୍ଗଳବାର) ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ