ETV Bharat / state

ସଇତାନ ସ୍ବାମୀ; ମଦ ନିଶାରେ ପତ୍ନୀ ଓ ଝିଅକୁ ହତ୍ୟା

ସଇତାନ ସ୍ବାମୀର ନାରକୀୟ କାଣ୍ଡ । ସ୍ତ୍ରୀ ଓ ଝିଅକୁ ହତ୍ୟା କରି ଘର ପାଖ ବାଉଁଶ ବୁଦା ମୂଳରେ ଶୁଆଇ ଦେଇଥିଲା ହତ୍ୟାକାରୀ ସ୍ବାମୀ ।

author img

By

Published : Aug 16, 2019, 10:07 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ସଇତାନ ସ୍ବାମୀର ନାରକୀୟ କାଣ୍ଡ । ସ୍ତ୍ରୀ ଓ ଝିଅକୁ ହତ୍ୟା କରି ଘର ପାଖ ବାଉଁଶ ବୁଦା ମୂଳରେ ଶୁଆଇ ଦେଇଥିଲା ହତ୍ୟାକାରୀ ସ୍ବାମୀ । ଘଟଣାଟି ସ୍ଥାନୀୟ ଝାରପୋଖରିଆ ଥାନା ଦକ୍ଷିଣଶୋଳ ଗ୍ରାମରେ ଘଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସୂଚନା ଅନୁଯାୟୀ ଅଭିଯୁକ୍ତ ସ୍ବାମୀ ଜୟରାମ ମୁର୍ମୁ ନିଶାସକ୍ତ ଅବସ୍ଥାରେ ଗୁରୁବାର ରାତିରେ ଘରକୁ ଆସିଥିଲେ । କୌଣସି କାରଣରୁ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଯେଉଁଥିରେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ସୋମିଆ ମୁର୍ମୁ ଓ 3 ବର୍ଷର ଝିଅ ସୁକୁମଣି ମୁର୍ମୁଙ୍କୁ ହତ୍ୟା କରିଥିଲା ଜୟରାମ ।

କେବଳ ସେତିକି ନୁହେଁ ହତ୍ୟା କରିବା ପରେ ଉଭୟ ସ୍ତ୍ରୀ ଓ ଝିଅର ମୃତଦେହକୁ ନେଇ ଘର ପାଖରେ ଥିବା ବାଉଁଶ ବୁଦାରେ ଶୁଆଇ ଦେଇଥିଲା ଜୟରାମ । ଖବର ପାଇ ଝାରପୋଖରିଆ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ତେଣେ ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡିବ ବୋଲି ପୋସି ସ୍ପଷ୍ଟୀକରଣ ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଦକ୍ଷିଣଶୋଳ ଗ୍ରାମରେ ଅଭାବନୀୟ ଘଟଣା । ସ୍ତ୍ରୀ ଓ ଝିଅ କୁ ହତ୍ୟା କଲା ସ୍ୱାମୀ। ଗତକାଲି ରାତିରେ ସାରସକଣା ବ୍ଲକ ଦକ୍ଷିଣ ଶୋଳ ଗ୍ରାମର ଜୟରାମ ମୁର୍ମୁ ନିଶାଖାଇ ଘରକୁ ଫେରିଥିଲେ ପରେ କିଛି କଥାକୁ ନେଇ ସ୍ବାମି ଓ ସ୍ତ୍ରୀ ମଧ୍ୟରେ ବଚଶା ହୋଇଥିଲା । ତା ପରେ ସେ ତାଙ୍କ ସ୍ତ୍ରୀ ସୋମିଆ ମୁର୍ମୁ ଓ ୩ ବର୍ଷର ଝିଅ ସୁକୁମଣି ମୁର୍ମୁ କୁ ହତ୍ୟା କରି ପାଖରେ ଥିବା ବାଉଁଶ ବୁଦା ମୁଳରେ ସୁଆଇ ଦେଇଥିଲା ।ଆଜି ଖବର ପାଇ ଝାରପୋଖରିଆ ପୋଲିସ ପହଞ୍ଚି ତଦନ୍ତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି । ତେବେ ହତ୍ୟାକାଣ୍ଡ ର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ନିଶାସକ୍ତ ଅବସ୍ଥାରେ କୌଣସି କଥା କୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟ ରେ ବଚସା ହୋଇଥିଲା ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.