ETV Bharat / state

ଅନ୍ଧବିଶ୍ବାସର ପୂଜାର୍ଚ୍ଚନା:ଡାକ୍ତରଖାନାରେ ମୃତଦେହକୁ ଝଡାଫୁଙ୍କା କରୁଛି ଗୁଣିଆ - mayurbhanja news

ଗୋଟିଏ ପଟେ ମଣିଷ ବିଜ୍ଞାନ ବଳରେ ଚନ୍ଦ୍ରପୃଷ୍ଠରେ ପହଞ୍ଚିଲା ବେଳକୁ ଅନ୍ୟପଟେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହେଉଥିବା ଦେଖିବାକୁ ମିଳୁଛି । ସାପ କାମୁଡାରେ ମୃତ ମହିଳାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରଖାନା ପରିସରରେ ଝଡାଫୁଙ୍କା କରିଛି ଗୁଣିଆ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ଉଦଳା ଡାକ୍ତରଖାନାରେ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Sep 19, 2019, 11:36 AM IST

ବାରିପଦା: ପୁଣି ଅନ୍ଧବିଶ୍ଵାସର ଅନ୍ଧ ଗଳିରେ ମଣିଷ । ସାପ କାମୁଡାରେ ମୃତ ମହିଳାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରଖାନା ପରିସରରେ ହୋଇଛି ଝଡାଫୁଙ୍କା । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ଉଦଳା ଡାକ୍ତରଖାନା ପରିସରରେ।

ଉଦଳା ଥାନା ଅଧିନସ୍ଥ କାଠପାଳ ଗ୍ରାମର ଆରତୀ ମାଝୀ ନିଜ ଘର ବାଡିରେ କୁଟା ସଂଗ୍ରହ କରୁଥିବା ବେଳେ ଗତକାଲି ସନ୍ଧ୍ୟାରେ ଏକ ବିଷାକ୍ତ ସାପ କାମୁଡିଥିଲା । ଆରତୀ ଘଟଣା ବାବଦରେ ପରିବାର ଲୋକଙ୍କୁ ଜଣାଇବା ପରେ ପ୍ରଥମେ ଘରେ ଏକ ଗୁଣିଆ ଦ୍ଵାରା ଝଡାଫୁଙ୍କା କରାଯାଇଥିଲା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ

ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏତିକିରେ ସରିନଥିଲା ଅନ୍ଧବିଶ୍ବାସ । ଡାକ୍ତରଖାନା ପରିସରରେ ପୁଣି ଥରେ ଗୁଣିଆର ସାହାରା ନେଇ ଝଡ଼ାଫୁଙ୍କା କରିଥିଲେ । ହେଲେ ଗୁଣିଆ ମଧ୍ୟ ଆରତୀଙ୍କୁ ବଞ୍ଚାଇବାରେ ବିଫଳ ହୋଇଥିଲା।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ପୁଣି ଅନ୍ଧବିଶ୍ଵାସ ର ଅନ୍ଧ ଗଳିରେ ମଣିଷ । ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ ପରେ ତାଙ୍କୁ ବଂଚାଇବା ନିମନ୍ତେ ଡାକ୍ତରଖାନା ପରିସରରେ ହୋଇଛି ଝଡାଫୁଙ୍କା । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଡାକ୍ତରଖାନା ପରିସରରେ । ଉଦଳା ଥାନା ଅନ୍ତର୍ଗତ କାଠପାଳ ଗ୍ରାମର ଆରତୀ ମାଝୀ ନିଜ ଘର ବାଡିରେ କୁଟା ସଂଗୂହ କରୁ ଥୁବା ବେଳେ ଗତକାଲି ସନ୍ଧ୍ୟା ସମୟରେ ବିଷାକ୍ତ ସାପ କାମୂଡିଥୁଲା, ଆରତୀ ଘଟଣା ବାଵଦରେ ପରିବ।ର ସଦସ୍ୟଙ୍କୁ ଜଣାଇବା ପରେ ପ୍ରଥେମେ ଘରେ ଏକ ଗୁଣିଆ ଦ୍ଵାରା ଝଡାଫୁଙ୍କା କରାଯାଇଥୁଲ । ଅବସ୍କା ସଙ୍କଟାପନ୍ନ ହେବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥୁଲ। ତେବେ ମହିଳା ଙ୍କୁ ଡାକ୍ତର ମୃତ ଘୋଷଣା କରିଥୁଲେ । ଡାକ୍ତରଖାନା ପରିସରରେ ପୁଣି ଥରେ ଗୁଣିଆ ର ସାହାରା ନେଇ ଝଡ଼ାଫୁଙ୍କାକରିଥିଲେ - ହେଲେ ଗୁଣିଅ। ମଧ୍ୟ ଆରତୀଙ୍କୁ ବଂଚାଲବାରେ ବିଫଳ ହୋଇ ଫେରିଯାଇ ଥିଲେ ।

ବାଇଟ୍ ୧ - ସୁଶାନ୍ତ କୁମାର ମାଝୀ (ମୃତ ଆରତୀଙ୍କ ପୂଅ )Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.