ETV Bharat / state

ବିଜୁ ସେତୁ ଯୋଜନାରେ ଅବ୍ୟବସ୍ଥା, କଚ୍ଛପ ଗତିରେ ଚାଲିଛି କାମ - ମୟୂରଭଞ୍ଜ ମୋରଡା

ମୟୂରଭଞ୍ଜ ମୋରଡା ବ୍ଲକ ଚିତ୍ରଡା-ଘୋଳମୁହାଁ-ଖୁଣ୍ଟାପାଳ ରାସ୍ତାର ଜମ୍ଭୀରା ନଦୀରେ ଚାଲିଥିବା ବିଜୁ ସେତୁ ଯୋଜନାରେ ପୋଲ କାମ । ଦୀର୍ଘ ଦୁଇବର୍ଷ ମଧ୍ୟରେ ପୋଲର ଖମ୍ବ ତିଆରି କରି ଚୁପ୍‌ ହୋଇ ବସିରହିଛି ଠିକାଦାର। ଅଧିକ ପଢନ୍ତୁ...

ବିଜୁ ସେତୁ ଯୋଜନାରେ ଅବ୍ୟବସ୍ଥା, ମନ୍ଥର ଗତିରେ ଚାଲିଛି ପୋଲ କାମ

author img

By

Published : Feb 29, 2020, 3:14 PM IST

ବାରିପଦା: ଗମନାଗମନର ସୁବିଧା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜୁ ସେତୁ ଯୋଜନାରେ ବିଭିନ୍ନ ନଦୀରେ ନିର୍ମାଣ କରୁଛନ୍ତି ପୋଲ। ତେବେ ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ‘5T' ଯୋଜନା କାର୍ଯ୍ୟକାରୀ କରି ବିକାଶର ଡିଣ୍ଡିମ ପିଟୁଛନ୍ତି। ମାତ୍ର ଅସଲ ଚିତ୍ର କିଛି ଅଲଗା ।

ମୟୂରଭଞ୍ଜ ମୋରଡା ବ୍ଲକ ଚିତ୍ରଡା-ଘୋଳମୁହାଁ-ଖୁଣ୍ଟାପାଳ ରାସ୍ତାର ଜମ୍ଭୀରା ନଦୀରେ ଚାଲିଥିବା ବିଜୁ ସେତୁ ଯୋଜନାରେ ପୋଲ କାମ। ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ କାର୍ଯ୍ୟ ୦୩-୦୪-୨୦୧୮ ଆରମ୍ଭ ହୋଇଛି । କାର୍ଯ୍ୟ ଶେଷ ହେବା ତାରିଖ ରହିଛି ୦୨-୦୪-୨୦୨୦ । ଦୀର୍ଘ ଦୁଇ ବର୍ଷ ମଧ୍ୟରେ ପୋଲର ଖମ୍ବ ତିଆରି କରି ଚୁପ୍‌ ହୋଇ ବସିରହିଛି ଠିକାଦାର । ଅନ୍ୟପକ୍ଷରେ ପୋଲ କାମ ଅତି ମନ୍ଥର ଗତିରେ ଚାଲିଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା । ପୋଲ ନିର୍ମାଣ କାର୍ଯ୍ୟ ବି ଅତି ନିମ୍ନମାନର ହେଉଛି ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ।

ବିଜୁ ସେତୁ ଯୋଜନାରେ ଅବ୍ୟବସ୍ଥା, ମନ୍ଥର ଗତିରେ ଚାଲିଛି ପୋଲ କାମ

ଖାଲି ଏଇ ପୋଲ ନୁହେଁ, ବିଜୁ ସେତୁ ଯୋଜନାରେ ମୟୂରଭଞ୍ଜର ବିଭିନ୍ନ ନଦୀରେ ବାରିପଦା ଡିଭିଜନରେ ୧୦ ଟି ସେତୁ, ରାଇରଙ୍ଗପୁର ଡିଭିଜନରେ ୨ଟି ସେତୁ ଆଉ କରଞ୍ଜିଆ ଡିଭିଜନରେ ୩ଟି ସେତୁ ନିର୍ମାଣ କାର୍ଯ୍ୟ ଜାରି ରହିଛି। ମୟୂରଭଞ୍ଜ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ବିଜୁ ସେତୁ ଯୋଜନାରେ ଏହି ସବୁ ପୋଲ କାମ ଚାଲିଥିବାବେଳେ ଅନେକ ସେତୁ ନିର୍ମାଣ କାର୍ଯ୍ୟ ଶେଷ ତାରିଖ ୨୦୧୯ ମସିହାରେ ସରିଯାଇଛି କିନ୍ତୁ ପ୍ରକୃତରେ ସେତୁ ନିର୍ମାଣ କାର୍ଯ୍ୟ ଏବେ ବି ମନ୍ଥର ଗତିରେ ଚାଲିଛି।

ସେତୁ ନିର୍ମାଣ କାର୍ଯ୍ୟ ବିଳମ୍ବ ହେବା ସହ ନିମ୍ନମାନର କାର୍ଯ୍ୟ ଅଭିଯୋଗ ପରେ ଆମେ ପହଞ୍ଚିଥିଲୁ ମୟୂରଭଞ୍ଜ ଗ୍ରାମ୍ୟ ନିର୍ମାଣ ମଣ୍ଡଳ କାର୍ଯ୍ୟାଳୟରେ । ମାତ୍ର ମୟୂରଭଞ୍ଜ ଗ୍ରାମ୍ୟ ନିର୍ମାଣ ଅଧୀକ୍ଷଣ ଯନ୍ତ୍ରୀ ଅକ୍ଷୟ କୁମାର ପ୍ରଧାନ କ୍ୟାମେରା ସମ୍ମୁଖରେ କିଛି ବି ପ୍ରତିକ୍ରିୟା ଦେବାକୁ ରାଜି ହୋଇନଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସାନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.