ETV Bharat / state

ବାରିପଦାରେ ବିନା ଅନୁମତିରେ ଚାଲିଥିବା ନିଶା ନିବାରଣ କେନ୍ଦ୍ର ସିଲ୍‌ - ବାରିପଦାରେ ନିଶା ନିବାରଣ କେନ୍ଦ୍ର ସିଲ

ମୟୂରଭଞ୍ଜ ବାରିପଦାରେ ଥିବା ଏକ ନିଶା ନିବାରଣ କେନ୍ଦ୍ରକୁ ସିଲ କଲା ପୋଲିସ । ଏଠାରେ ଅନ୍ତେବାସୀଙ୍କୁ ମାଡ ମାରିବା ସହ ଅକଥନୀୟ ନିର୍ଯାତନା ଦେଉଥିବା ଭିଡ଼ିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

ବାରିପଦାରେ ନିଶା ନିବାରଣ କେନ୍ଦ୍ରକୁ ସିଲ କଲା ପୋଲିସ

author img

By

Published : Sep 5, 2022, 7:54 PM IST

ବାରିପଦା: ଅନ୍ତେବାସୀଙ୍କୁ ମାଡ ମାରିବା ସହ ଅକଥନୀୟ ନିର୍ଯାତନା ଦିଆଯିବାର ଭିଡ଼ିଓ ଭାଇରାଲ ହେବା ପରେ ଆକ୍ସନ ମୋଡରେ ପୋଲିସ । ବାରିପଦା ଟାଉନ ଥାନା ଅନ୍ତର୍ଗତ କାଳିକାପୁର ସ୍ଥିତ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ର ସିଲ କରାଯାଇଛି । ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଏହି କେନ୍ଦ୍ରକୁ ସିଲ୍‌ କରିଛି ପୋଲିସ ।

ବାରିପଦାରେ ନିଶା ନିବାରଣ କେନ୍ଦ୍ରକୁ ସିଲ କଲା ପୋଲିସ

ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରରେ ବାରିପଦା ତହସିଲଦାର ବିକ୍ରମ କେଶରୀ ପରିଡ଼ା ଓ ବାରିପଦା ଟାଉନ ଥାନା ପୋଲିସ ଅଧିକାରୀ ବିରେନ୍ଦ୍ର କୁମାର ସେନାପତିଙ୍କ ସହିତ ପୋଲିସ ଫୋର୍ସ ଉପସ୍ଥିତି ରହି ଅନ୍ତେବାସୀଙ୍କୁ ମୁକ୍ତ କରୁଛନ୍ତି । କେନ୍ଦ୍ରରେ ଥିବା ୩୨ଜଣଙ୍କ ପରିବାରଙ୍କୁ ଯୋଗାଯୋଗ କରାଯାଉଛି । ସେପଟେ ଗୋଟିଏ କୋଠରୀରେ ୩୨ ଜଣ ଅନ୍ତେବାସୀ ରହିଥିବାବେଳେ, ଲୁହଭରା ଆଖିରେ କାନ୍ଦି କାନ୍ଦି ଦୁଃଖ କଥା ବଖାଣିଛନ୍ତି ଓ ମୁକ୍ତ କରିବା ପାଇଁ ହାତଯୋଡି ଅନୁରୋଧ କରିଛନ୍ତି ।

ଏହା ବି ପଢନ୍ତୁ- ଗୁରୁ ଦିବସ ଉପଲକ୍ଷେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା

ତେବେ ମାଲିକ ଅବନୀ ପତିକୁ ୩ ତାରିଖ ରାତିରେ ଗିରଫ କରିଛି ଟାଉନ ଥାନା ପୋଲିସ । କିଛିଦିନ ତଳେ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀ ମାନଙ୍କୁ ମାଡ ମାରିବା ଅଭିଯୋଗ ନେଇ ଏକ ଭିଡିଓ ଭାଇରାଲ କେଶରେ ଗିରଫ ହେବା ପରେ ତାର ଏହି ବେଆଇନ କେନ୍ଦ୍ରକୁ ବନ୍ଦ କରିବା ସହିତ ସମସ୍ତ ଅନ୍ତେବାସୀଙ୍କୁ ସେମାନଙ୍କ ଘରଲୋକଙ୍କୁ ହସ୍ତାନ୍ତର କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ।

କିନ୍ତୁ ସେ ପ୍ରଶାସନିକ ନିର୍ଦ୍ଦେଶନାମାକୁ ଅବମାନନା କରି ପୁଣି ବେଆଇନ ଭାବେ କେନ୍ଦ୍ର ଚଳାଇବା ଅଭିଯୋଗରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୁଣି ଅବନି ପତିକୁ ପୋଲିସ ଗିରଫ କରି କେଶ ନମ୍ବର ୭୫୦/ ୨୦୨୨ରେ ମାମଲା ରୁଜୁ କରିଛି । ଅନ୍ତେବାସୀ ମୁକୁଳିବା ପରେ ଖୁସୀ ଅନୁଭବ କରିବା ସହିତ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.