ETV Bharat / state

ବହୁ ଚର୍ଚ୍ଚିତ କାହ୍ନୁ ବାଗେ ହତ୍ୟା ମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ - ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ

ବହୁ ଚର୍ଚ୍ଚିତ କାହ୍ନୁ ବାଗେ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ । ଆଜୀବନ କାରାଦଣ୍ଡ ସହିତ ୫୦୦୦ ଟଙ୍କା ଜୋରିମାନା ଦେଇଛନ୍ତି କୋର୍ଟ । ଜରିମାନା ଅନାଦେୟ ୩ ବର୍ଷ ଅଧିକ କାରାଦଣ୍ଡରେ ଦଣ୍ଡିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର । ଅଧିକ ପଢନ୍ତୁ

ବହୁ ଚର୍ଚ୍ଚିତ କାହ୍ନୁ ବାଗେ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

author img

By

Published : Sep 24, 2022, 9:27 AM IST

ରାଇରଙ୍ଗପୁର: ବହୁ ଚର୍ଚ୍ଚିତ କାହ୍ନୁ ବାଗେ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ । ଆଜୀବନ କାରାଦଣ୍ଡ ସହିତ ୫୦୦୦ ଟଙ୍କା ଜୋରିମାନା ଦେଇଛନ୍ତି କୋର୍ଟ । ଜରିମାନା ଅନାଦେୟ ୩ ବର୍ଷ ଅଧିକ କାରାଦଣ୍ଡରେ ଦଣ୍ଡିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ।

ଘଟଣା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ହାଟବାଦଡା ଠାରେ ୨୦୧୦ ମସିହା ଜାନୁଆରୀ ୨୭ରେ ଘଟିଥିଲା ଏକ ହତ୍ୟାକାଣ୍ଡ । ସୁନାମରା ଗ୍ରାମର ମକର ପୁର୍ତ୍ତିଙ୍କ ସ୍ତ୍ରୀର ମଥାରେ ହାଟବାଦଡା ଠାରେ କାହ୍ନୁ ବାଗେ ଜୋବରଦସ୍ତ ସିନ୍ଦୂର ଲଗେଇ ଦେବାରୁ ଉତ୍ୟକ୍ତ ହୋଇ ମକର ପୁର୍ତ୍ତି, ଲବ ବାରୀ ଓ ତାଙ୍କ ସହଯୋଗୀ ମାନେ ପିଟି ପିଟି କାହ୍ନୁକୁ ସୁନାମରା ଗ୍ରାମ ନେଇ ଯାଇଥିଲେ । ସେଠାରେ ବାନ୍ଧିକି ପିଟି ପିଟି ଜୀବନରୁ ମାରି ଦେଇଥିଲେ । ପରେ ମୃତଦେହକୁ ଅନ୍ୟତ୍ର ଫିଙ୍ଗି ଦେଇଥିଲେ । ତେବେ ବାପାଙ୍କୁ ନ ପାଇ ମୃତକଙ୍କ ପୁଅ ୨୦୧୦ ମସିହା ଜାନୁଆରୀ ୩୧ ତାରିଖ ଯାମଦା ଥାନାରେ ଏକ ଏତଲା ଦେଇଥିଲେ । ଏତଲା ପାଇ ଯାମଦା ଥାନା ପୋଲିସ ତଦନ୍ତ ଆରମ୍ଭ କରି ପ୍ରଥମେ ମୃତଦେହ ଉଦ୍ଧାର କରିଥିଲା । ପରେ ହତ୍ୟାକାଣ୍ଡରେ ସାମିଲ ଥିବା ଅଭିଯୁକ୍ତଙ୍କୁ ଗିରଫ କରି ରାଇରଙ୍ଗପୁର କୋର୍ଟ ଚାଲାଣ କରିଥିଲେ ।

ତେବେ ପାରିପାର୍ଶ୍ବିକ ସ୍ଥିତି ଓ ସମସ୍ତ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ଏହି ରାୟ ଶୁଣାଇଛନ୍ତି । ରାୟ ପ୍ରକାଶ ପାଇବା ପରେ ଅଭିଯୁକ୍ତ ଲବ ବାରୀକୁ ରାଇରଙ୍ଗପୁର ଉପକାରାଗାର ପଠାଇ ଦିଆଯାଇଛି । ପୂର୍ବରୁ ଅନ୍ୟ ଅଭିଯୁକ୍ତଙ୍କୁ କୋର୍ଟ ଦଣ୍ଡିତ କରିଥିବା ବେଳେ ଶୁକ୍ରବାର ଲବ ବାରୀକୁ ଦଣ୍ଡିତ କରିଛନ୍ତି । ତେବେ ସରକାରଙ୍କ ତରଫରୁ ଏହି ମାମଲାକୁ ଅତିରିକ୍ତ ପିପି ପଙ୍କଜ ଦାସ ପରିଚାଳନା କରୁଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.