ETV Bharat / state

ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

author img

By

Published : Apr 26, 2022, 2:07 PM IST

ମୟୂରଭଞ୍ଜ ଜିଲ୍ଲାରେ ପୁଣି ଲଜ୍ଜା । ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ସହ ଦୁଷ୍କର୍ମ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ
ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ପୁଣି ଲଜ୍ଜା । ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ସହ ଦୁଷ୍କର୍ମ ଅଭିଯୋଗ ହୋଇଛି । ବାଦାମପାହାଡ ଥାନା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି । ଗତ ୨୩ ତାରିଖ ଦିନ ଛାତ୍ରୀ ଜଣକ ଘରେ ଏକୁଟିଆ ଥିବା ସମୟରେ ସେହି ଗ୍ରାମର ଘନ ନାଏକ ନାମକ ଜନୈକ ବ୍ୟକ୍ତି ନାବାଳିକା ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ପରିବାର ଲୋକେ ଘରକୁ ଫେରିବା ପରେ ନାବାଳିକା ଜଣକ ପରିବାରବର୍ଗକୁ ସମସ୍ତ କଥା ଜଣାଇଥିଲେ । ଏହାପରେ ନାବାଳିକାଙ୍କ ମାଆ ବାଦାମପାହାଡ ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପାଇ ଆଜି(ମଙ୍ଗଳବାର) ବାଦାମପାହାଡ ଥାନା ପୋଲିସ ଅଭିଯୁକ୍ତ ଘନ ନାଏକକୁ ଗିରଫ କରିଛି । ଅଭିଯୁକ୍ତର ଡାକ୍ତରୀ ପରୀକ୍ଷା ପରେ ଆଜି ବାରିପଦା ପୋକ୍ସୋ କୋର୍ଟ ଚାଲାଣ କରାଯିବ ବୋଲି ବାଦାମପାହାଡ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.