ETV Bharat / state

ଗେନ୍ତେଇସାହି ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ, ୩୦ ହଜାର ପାଇଁ ହୋଇଥିଲା ହତ୍ୟା - ୩୦ ହଜାର ଟଙ୍କା ପାଇଁ ଧନେଶ୍ୱରଙ୍କୁ ହୋଇଥିଲା ହତ୍ୟା

ମୟୂରଭଞ୍ଜ ଜିଲ୍ଲା ଝାଡ଼ବେଡା ନିକଟ ସଙ୍ଗାତମରା ନାଳ ଭିତରୁ ଯଶୀପୁର ଥାନା ଗେନ୍ତେଇସାହିର ଧନେଶ୍ୱର ଗୁଇୟାରଙ୍କ ଗଳିତ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ ହୋଇଛି । ୩୦ ହଜାର ଟଙ୍କା ପାଇଁ ହତ୍ୟା ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ଗେନ୍ତେଇସାହି ମୃତଦେହ ମିଳବା ଘଟଣାର ପର୍ଦ୍ଦାଫାଶ, ୩୦ ହଜାର ଟଙ୍କା ପାଇଁ ହୋଇଥିଲା ହତ୍ୟା

author img

By

Published : Apr 18, 2022, 6:38 AM IST

ରାଇରଙ୍ଗପୁର: ନିଖୋଜର ୧୦ ଦିନ ପରେ ଗଳିତ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ ହୋଇଛି । ୩୦ ହଜାର ଟଙ୍କା ପାଇଁ ହତ୍ୟା ହୋଇଥିବା ଜଣାପଡିଛି । ଗତ ୧୪ ତାରିଖ ରାତିରେ ମୟୂରଭଞ୍ଜ ଜିଲ୍ଲା ଝାଡ଼ବେଡା ନିକଟ ସଙ୍ଗାତମରା ନାଳ ଭିତରୁ ଯଶୀପୁର ଥାନା ଗେନ୍ତେଇସାହିର ଧନେଶ୍ୱର ଗୁଇୟାରଙ୍କ ଗଳିତ ମୃତଦେହ ମିଳିବା ପରେ ଏକ ହତ୍ୟା ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଉକ୍ତ ହତ୍ୟା ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରି ଗତକାଲି(ରବିବାର) କ୍ରାଇମ ସିନ ରିକ୍ରିଏସନ କରି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ ।

ଗେନ୍ତେଇସାହି ମୃତଦେହ ମିଳବା ଘଟଣାର ପର୍ଦ୍ଦାଫାଶ, ୩୦ ହଜାର ଟଙ୍କା ପାଇଁ ହୋଇଥିଲା ହତ୍ୟା

ପୋଲିସର ସୂଚନା ଅନୁଯାୟୀ, ଗତ ୪ ତାରିଖ ଦିନ ଗେନ୍ତେଇ ସାହିର ଧନେଶ୍ୱର ଗୁଇୟା ଅଜବେଷ୍ଟସ କିଣିବା ପାଇଁ ଘରୁ ୩୦ ହଜାର ଟଙ୍କା ନେଇ ସେହି ଗାଁର ପିତାମ୍ବର ବେହେରା ନାମକ ଜଣେ ଯୁବକ ସହ ଏକ ବାଇକ ଯୋଗେ ଭଞ୍ଜକିଆ ବଜାରକୁ ଯାଉଥିଲା । ସେହି ସମୟରେ ଗେନ୍ତେଇ ସାହି ଓ ଭଞ୍ଜକିଆ ରାସ୍ତାରେ ଥିବା ଝାଡ଼ବେଡା ଗାଁ ନିକଟ ସଙ୍ଗାତମରା ନାଳ ପାଖରେ ପୂର୍ବ ଯୋଜନା ଅନୁଯାୟୀ ଏକ କଟୁରି ସାହାଯ୍ୟରେ ଧନେଶ୍ୱରକୁ ତଣ୍ଟି କାଟି ହତ୍ୟା କରିଥିଲା ପିତାମ୍ବର । ପରେ ସେହି ନାଳ ଭିତରେ ଫିଙ୍ଗିଦେଇ ଏକ ପଥରକୁ ମୃତଦେହ ଉପରେ ଚାପିଦେଇ ଘରକୁ ପଳାଇ ଯାଇଥିଲା ।

ଗତ ୧୪ ତାରିଖ ରାତିରେ ଧନେଶ୍ୱରର ମୃତଦେହ ମିଳିବା ପରେ ପୋଲିସ ପିତାମ୍ବରକୁ ଅଟକ ରଖି ପଚରାଉଚରା କରିବା ବେଳେ ସେ ଧନେଶ୍ୱରକୁ ହତ୍ୟା କରିଥିବା ନେଇ ପୋଲିସ ଆଗରେ ସ୍ୱୀକାର କରିବା ସହ ଟଙ୍କା ଲୋଭରେ ତାକୁ ମାରିଛି ବୋଲି ପ୍ରକାଶ କରିଥିଲା । ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଏକ କଟୁରି, ମୋବାଇଲ, ମୋନିପର୍ସ ଓ ଗୋଟିଏ ବାଇକକୁ ପୋଲିସ ଜବତ କରିଥିବା ବେଳେ ଆଜି ଅଭିଯୁକ୍ତ ପିତାମ୍ବର ବେହେରାକୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.