ETV Bharat / state

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

author img

By

Published : Feb 16, 2023, 7:51 AM IST

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ରାୟ ଶୁଣାଇଲେ କୋର୍ଟ । ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଅଧିକ ପଢନ୍ତୁ

ମୟୂରଭଞ୍ଜ ଜିଲ୍ଲା ଦୌରାଜଜ୍ କୋର୍ଟ
ମୟୂରଭଞ୍ଜ ଜିଲ୍ଲା ଦୌରାଜଜ୍ କୋର୍ଟ

ରାଇରଙ୍ଗପୁର: ୧୦ ମାସ ପରେ ଦୁଷ୍କର୍ମ ଅଭିଯୁକ୍ତକୁ ମିଳିଲା ସଶ୍ରମ କାରାଦଣ୍ଡ । ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲଦଣ୍ଡ ଶୁଣାଇଲେ କୋର୍ଟ । ଏହାସହ ୧୦ହଜାର ଜରିମାନା ସହ ପୀଡିତାଙ୍କ ପରିବାରକୁ ୪ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଆଦେଶ ଦେଇଛନ୍ତି । ସମସ୍ତ ତଥ୍ୟ ଓ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ସେସନ୍ ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବୁଧବାର ଦିନ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଅଭିଯୁକ୍ତ ହେଲା ବାଦାମପାହାଡ ଥାନା ଅନ୍ତର୍ଗତ ଦବର ନାଏକଙ୍କ ପୁଅ ଘନ ନାଏକ (୪୧)।

ସୂଚନାଅନୁସାରେ, ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅଞ୍ଚଳରେ ଘଟିଥିଲା ଏକ ଲଜ୍ଜାଜନକ ଘଟଣା । ଗତ ୨୦୨୨ ମସିହା ଏପ୍ରିଲ ମାସ ୨୩ ତାରିଖ ଶନିବାର ଦିନ ଘରେ ପଞ୍ଚମ ଶ୍ରେଣୀର ଛାତ୍ରୀ ଏକୁଟିଆ ରହିଥିବା ବେଳେ ଘନ ନାଏକ ନାବାଳିକା ଝିଅ ସହିତ ଦୁଷ୍କର୍ମ କରିଥିଲା । ତେବେ ପରିବାର ଲୋକେ ଘରକୁ ଫେରିବା ପରେ ନାବାଳିକା ଜଣକ ମାଆକୁ ଘଟଣା ବିଷୟରେ ଜଣେଇଥିଲେ।

ଏନେଇ ନାବାଳିକାର ମାଆ ବାଦାମପାହାଡ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ବାଦାମପାହାଡ ଥାନା ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଘନ ନାଏକକୁ ଗିରଫ କରିଥିଲା । ଏହାପରେ ଅଭିଯୁକ୍ତ ଘନ ନାଏକ ପୋଲିସ ନିକଟରେ ନିଜର ଦୋଷ ସ୍ବୀକାର କରିଥିଲା । ପରେ ଅଭିଯୁକ୍ତ ଘନ ନାଏକର ଡାକ୍ତରୀ ପରୀକ୍ଷା ପରେ ବାରିପଦା ସ୍ଥିତ ପୋକ୍ସୋ କୋର୍ଟ ଚାଲାଣ କରାଯାଇଥିଲା । ତେବେ ଏହି ଘଟଣାରେ ଗତକାଲି ରାୟ ଶୁଣାଇଛନ୍ତି କୋର୍ଟ ।

ଏହା ମଧ୍ୟ ପଢନ୍ତୁ: ICC Womens T20 World Cup: ଭାରତର ବିଜୟଧାରା ଜାରି, 6 ୱିକେଟରେ ହାରିଲା ଇଣ୍ଡିଜ

୧୨ ବର୍ଷର ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସୁମିତା ଜେନା ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଏଥିସହ ପୀଡିତାଙ୍କୁ ଚାରି ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନ ସହାୟତା ସଂସ୍ଥାକୁ ଜିଲ୍ଲା ଓ ଦୌରାଜଜ ସୁମିତା ଜେନା ନିର୍ଦ୍ଦେଶ ଦେଇଛନ୍ତି । ରାୟ ପ୍ରକାଶ ପାଇବା ପରେ ଅଭିଯୁକ୍ତ ଘନ ନାଏକକୁ ବାରିପଦା ମୁଖ୍ୟ କାରାଗାରକୁ ପଠାଇ ଦିଆଯାଇଛି । ତେବେ ସରକାରଙ୍କ ପକ୍ଷରୁ ଏହି ମାମଲାଟିକୁ ସ୍ବତନ୍ତ୍ର ପିପି ଅଭିନ୍ନ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.