ETV Bharat / state

ବସ ଧକ୍କାରେ ସ୍କୁଟି ଚାଳକ ମୃତ, ଡ୍ରାଇଭର ହେଲପର ଫେରାର - Accident in rairangpur

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଧୀନ କେନ୍ଦୁମୁଣ୍ଡି ଗ୍ରାମ ନିକଟରେ ସଡକ ଦୁର୍ଘଟଣା ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

Accident in rairangpur
କେନ୍ଦୁମୁଣ୍ଡିରେ ସଡକ ଦୁର୍ଘଟଣା: ବସ୍ ଚାପାରେ ସ୍କୁଟି ଚାଳକ ମୃତ
author img

By

Published : Feb 16, 2020, 8:53 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଧୀନ କେନ୍ଦୁମୁଣ୍ଡି ଗ୍ରାମ ନିକଟରେ ସଡକ ଦୁର୍ଘଟଣା । ଏଥିରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସାଲେଇବେଡା ଗ୍ରାମପଞ୍ଚାୟତ ଏଡେଲବେଡା ଗ୍ରାମର ତୁରାମ ହୋ ।

କେନ୍ଦୁମୁଣ୍ଡିରେ ସଡକ ଦୁର୍ଘଟଣା: ବସ୍ ଚାପାରେ ସ୍କୁଟି ଚାଳକ ମୃତ

ଭୁବନେଶ୍ବରରୁ କରଞ୍ଜିଆ ଅଭିମୁଖେ ଆସୁଥିବା 'ପୂଜାରାଣୀ' ନାମକ ଘରୋଇ ବସଟି କେନ୍ଦୁମୁଣ୍ଡି ଜଙ୍ଗଲ ନିକଟରେ ସ୍କୁଟି ଚାଳକ ତୁରାମ ହୋଙ୍କ ଉପରକୁ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ବସ ଚାଳକ ସମତେ କଣ୍ଡକ୍ଟର, ହେଲପର ଫେରାର ହୋଇଯାଇଥିବା ବେଳେ ଘଟଣାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଥିଲା । ଉତ୍ତ୍ୟକ୍ତ ଲୋକେ ମୃତକଙ୍କ ପରିବାର ବର୍ଗଙ୍କ କ୍ଷତିପୂରଣ ଦାବି କରି ୫୩ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଥିଲେ । ପରେ ଖବର ପାଇ ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡାକ୍ତରଖାନା ପଠାଇଥିଲେ । ଏଥିସହ କରଞ୍ଜିଆ ପୋଲିସ ବସକୁ ଜବତ କରି ତଦନ୍ତ ଜାରି ରଖିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.