ETV Bharat / state

ପଥଚାରୀଙ୍କୁ ଧକ୍କା ଦେଇ ବାଇକ ଆରୋହୀ ମୃତ - injured

ରାଇରଙ୍ଗପୁର ସମରଦଫା ଗାଁ ନିକଟରେ ସଡକ ଦୁର୍ଘଟଣା । ପଥଚାରୀଙ୍କୁ ପଛପଟୁ ଧକ୍କା ଦେଲା ବାଇକ୍ । ବାଇକ ଆରୋହୀ ମୃତ, 2 ଗୁରୁତର ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Jul 14, 2019, 10:37 PM IST

ରାଇରଙ୍ଗପୁର: ପଥଚାରୀଙ୍କୁ ପଛ ପଟୁ ଧକ୍କା ଦେଲା ବାଇକ । ଫଳରେ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ସମରଦଫା ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ମୃତ ବାଇକ ଆରୋହୀ ହେଲେ ମିଥୁନ ପାତ୍ର । ତାଙ୍କ ଘର ଗୋରୁମୋହିଷାଣୀ ଥାନା ଅଧିନସ୍ଥ ମର୍ଚ୍ଚାଗୋଡା ଗାଁର ବୋଲି ଜଣାପଡିଛି । ଆହତ ଯୁବକ ହେଲେ ଶୁକ୍ରୁ ମୁଣ୍ଡା ଓ ପଥିକ ବଶଲ ନାଏକ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁଯାୟୀ, ବଶଲ ନାୟକ ମିନାବଜାର ଦେଖି ଫେରୁଥିବା ବେଳେ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା ବାଇକ । ଫଳରେ ପଥଚାରୀଙ୍କ ସମେତ ବାଇକରେ ଥିବା ଦୁଇଜଣ ବ୍ୟକ୍ତି ତଳେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ 3 ଜଣଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ହେଲେ ସେଠାରେ ବାଇକ ଆରୋହୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ପରେ ଅନ୍ୟଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାରିପଦା ପିଆରଏମଙ୍କୁ ସ୍ଥାନାନ୍ତର କରାଯାଇଛି । ଏନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଏକ ମାମଲା ରୁଜୁ କରିବା ସହ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:Body:

BLANK FOR LINK STORY  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.