ETV Bharat / state

ସକାଳୁ ଅଘଟଣ: କ୍ଷୀର ଗାଡିକୁ ପିଟିଲା ବାଇକ, 1ମୃତ 2 ଗୁରୁତର - accident in mayurbhanj,

accident in mayurbhanj,
ସକାଳୁ ଅଘଟଣ: କ୍ଷୀର ଗାଡିକୁ ପିଟିଲା ବାଇକ, 1ମୃତ 2 ଗୁରୁତର
author img

By

Published : Feb 27, 2020, 9:33 AM IST

Updated : Feb 27, 2020, 10:42 AM IST

09:15 February 27

କ୍ଷୀର ଗାଡିକୁ ପିଟିଲା ବାଇକ । ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା କାଦୁଆଣି ଛକରେ ଘଟିଛି ଏହି ଦୁର୍ଘଟଣା । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ..

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ହାଟବାଦଡା ଅଞ୍ଚଳର କାଦୁଆଣି ଛକରେ ସଡକ ଦୁର୍ଘଟଣା । ସକାଳୁ ସକାଳୁ କ୍ଷୀର ଗାଡିକୁ ପିଟିଲା ବାଇକ । ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 2ଜଣ ଗୁରୁତର ଆହତ ହୋଇଛନ୍ତି ।

ମୃତକ ହେଲେ କରଞ୍ଜିଆର ମୁକେଶ ମହାକୁଡ଼ ଓ ଗୁରୁତର ଥିବା ଯୁବକ ଦ୍ବୟ ହେଲେ ଝାଡଖଣ୍ଡର ଝଲକ ବାନରା ଓ ରରୁଆର ବିଜୁ ବାଙ୍କିରା । ତେବେ ସଙ୍ଗେ ସଙ୍ଗେ ଆହତ ମାନଙ୍କୁ 108 ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ପହଞ୍ଚି ଗାଡି ଜବତ କରି ତଦନ୍ତ ଆରମ୍ଭ କରିଛି ।  

ସୂଚନା ଅନୁସାରେ, ଏକ ବାଇକ ଯୋଗେ ତିନି ଜଣ ଯୁବକ ଯଶୀପୁରରୁ ରାଇରଙ୍ଗପୁରକୁ ଆସୁଥିଲେ । ହେଲେ ଦ୍ରୃତ ଗତିରେ ଆସୁଥିବା ସମୟରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା କାଦୁଆଣି ଛକରେ ଠିଆ ହୋଇଥିବା ଏକ କ୍ଷୀର ଗାଡିକୁ ଧକ୍କା ଦେଇଥିଲେ । ଫଳରେ ଘଟିଛି ଏହି ଦୁର୍ଘଟଣା ।  

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Last Updated : Feb 27, 2020, 10:42 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.