ETV Bharat / state

ଦ୍ବାରଶୁଣି ଘାଟିରେ 50ଫୁଟ ତଳକୁ ଖସିଲା ଟ୍ରକ, 2 ମୃତ

ମା ଦ୍ବାରଶୁଣି ଘାଟିରେ ପୁଣି ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଟ୍ରକ ଭାଙ୍ଗି ଚୁରମାର । 2 ଜଣ ମୃତ ଓ ଜଣେ ଗୁରୁତର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Nov 18, 2019, 10:33 AM IST

ବାରିପଦା: 49 ନମ୍ବର ଜାତୀୟ ରାଜପଥର ମା ଦ୍ବାରଶୁଣି ଘାଟିରେ ପୁଣି ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଓ ହେଲପର ମୃତ୍ୟୁବରଣ କରିଥିବା ବେଳେ ଏଥିରେ ଥିବା ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ଦୁଇ ଜଣଙ୍କ ପରିଚୟ ମିଳିପାରିନାହିଁ । ଗୁରୁତରଙ୍କ ନାମ ଦିଲ୍ଲୀପ ଦାସ ଓ ତାଙ୍କ ଘର ଛତିଶଗଡ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ବାଙ୍ଗରିପୋଷି ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଲୁହା ବୋଝେଇ ଟ୍ରକଟି ଚଣ୍ଡିଗଡ଼ରୁ କୋଲକାତା ଅଭିମୁଖେ ଯାଉଥିଲା । ଦ୍ବାରଶୁଣି ଘାଟିରେ ଟ୍ରକଟି ଭାରସାମ୍ୟ ହରାଇବା ସହ ପ୍ରାୟ 50 ଫୁଟ ତଳକୁ ଖସି ପଡିଥିଲା । ଦୁର୍ଘଟଣାରେ ଟ୍ରକଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଛି । ଏହି ଦୁର୍ଘଟଣା ଆଜି ସକାଳ 7 ଟାରୁ 8ଟା ମଧ୍ୟରେ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା 49 ନମ୍ବର ଜାତୀୟ ରାଜପଥ ର ମା ଦ୍ୱାରଶୁଣି ଘାଟିରେ ପୁଣି ଟ୍ରକ ଦୁର୍ଘଟଣା ଗ୍ରସ୍ତ। ଦୁର୍ଘଟଣାରେ ଲୁହା ବୋଝେଇ ଟ୍ରକ ର ଡ୍ରାଇଭର ଓ ହେଲାପର ମୃତ ଟ୍ରକରେ ଥିବା ଆଉ ଜଣେ ଗୁରୁତର। ଟ୍ରକଟି ଚଣ୍ଡିଗଡ଼ ରୁ କଲିକତା ଅଭିମୁଖେ ଯାଉଥିବା ବେଳେ ଘାଟି ରୁ ପ୍ରାୟ 50 ଫୁଟ ତଳକୁ ଖସି ପଡିଛି। ଦୁର୍ଘଟଣା ରେ ଟ୍ରକଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଥିବା ବେଳେ ମୃତକ ଙ୍କ ପରିଚୟ ମିଳିପାରିନାହିଁ। ଟ୍ରକରେ ଥିବା ଅନ୍ୟଜଣେ ଗୁରୁତର ହେଉଛନ୍ତି ଛତିଶଗଡ଼ ରାଜ୍ୟର ଦିଲ୍ଲୀପ ଦାସ ବୋଲି ଜଣାପଡିଛି। ଗୁରୁତର ଙ୍କୁ ଚିକିତ୍ସା ପାଇଁ ବାଙ୍ଗିରିପୋଷି ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ବାଙ୍ଗରିପୋଷି ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ରେ ଲାଗିପଡିଛନ୍ତି। ଦୁର୍ଘଟଣା ଆଜି ସକାଳ 7 ଟା ରୁ 8 ଟା ମଧ୍ୟରେ ଘଟିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.