ବାରିପଦା: ନାବାଳିକାକୁ ଗର୍ଭବତୀ କରି ଯୁବକ ଗିରଫ। ମୟୂରଭଞ୍ଜ ଜିଲ୍ଲା ମରୋଡା ଥାନା ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ସେହି ଅଞ୍ଚଳର ଯୁବକ ମାନସିଂ ମୁର୍ମୁ ବିବାହ ପ୍ରଲୋଭନ ଦେଖାଇ ଜଣେ ନାବାଳିକା ସହି ଶାରିରୀକ ସମ୍ପର୍କ ରଖିଥିଲେ ।ପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଥିଲା ।ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ଯୁବକ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ତେବେ ଯୁବକ ଜଣଙ୍କ ଦୀର୍ଘ ଦିନ ହେବ ନାବାଳିକାଙ୍କୁ ପ୍ରେମ କରୁଥିଲେ ଏବଂ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ। ହେଲେ କିଛିଦିନପରେ ନାବାଳିକାଙ୍କୁ ଯୁବକ ଜଣଙ୍କ ବିବାହ ପାଇଁ ମନା କରିବା ପରେ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ