ETV Bharat / state

ହାତୀ ଆକ୍ରମଣର ଶିକାର ହୋଇଥିଲେ, ବନବିଭାଗ ଦେଲା ଲକ୍ଷେ ଟଙ୍କା ସହାୟତା

author img

By

Published : Sep 11, 2020, 2:10 PM IST

ଦନ୍ତାହାତୀ ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କୁ ମିଳିଲା ସହାୟତା ରାଶି । ବନବିଭାଗ ଦେଲା ଏକ ଲକ୍ଷ ଟଙ୍କା ସହାୟତା । ଅଧିକ ପଢନ୍ତୁ....

a woman received compensation from forest department
ହାତୀ ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କୁ ମିଳିଲା ସହାୟତା ରାଶି

ରାଇରଙ୍ଗପୁର: ଦନ୍ତା ଆକ୍ରମଣରେ ଗୁରୁତର ହୋଇଥିବା ମହିଳାଙ୍କୁ ବନବିଭାଗ ପ୍ରଦାନ କଲା ସହାୟତା ରାଶି । ବିଶୋଇ ବନ୍ୟପ୍ରାଣୀ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନାଞ୍ଚଳ ଅଧିକାରୀ ଓ ସାରସକଣା ବିଧାୟକ ପ୍ରମୁଖଙ୍କ ଉପସ୍ଥିତିରେ ତାଙ୍କୁ ଚେକ ପ୍ରଦାନ କରାଯାଇଛି ।

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ ଅଧିନ ମୂଷାମାରୀର ଜଣେ ମହିଳାଙ୍କୁ ଗତ ମେ‘ ମାସରେ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତା ହାତୀ ଆକ୍ରମଣ କରିଥିଲା । ଯେଉଁଥିରେ ସେ ଗୁରୁତର ହୋଇପଡିଥିଲେ । ଫଳରେ ସ୍ଥାନୀୟ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଅଧିକ ଖରାପ ହେବାରୁ ରାଇରଙ୍ଗପୁର ଡାକ୍ତରଖାନା ଓ ପରେ ବାରିପଦା ପିଆରଏମକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ସ୍ବାସ୍ଥ୍ୟବସ୍ଥାରେ କୈଣସି ଉନ୍ନତି ନ ଆସିବାରୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସିତ ହୋଇ ସେ ସୁସ୍ଥ ହୋଇଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.