ETV Bharat / state

ପାଖେଇ ଆସୁଛି ଦୁର୍ଗାପୂଜା, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ - ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମହାମାରୀ ସମୟରେ କିଭଳି ବିଭିନ୍ନ ପୂଜାମଣ୍ଡପରେ ପୂଜା ହେବ ଏବଂ ପୂଜାମଣ୍ଡପର ପାରିପାର୍ଶ୍ବିକ ସ୍ଥିତି କିପରି ରହିବ ସେନେଇ ପୂଜା କମିଟି ସଦସ୍ୟଙ୍କ ସହିତ ଆଲୋଚନା କରିଛି ପୋଲିସ ଓ ପ୍ରଶାସନ ।

Durga Puja
ପ୍ରସ୍ତୁତି ବୈଠକ ଅନୁଷ୍ଠିତ
author img

By

Published : Oct 16, 2020, 8:04 PM IST

Updated : Oct 16, 2020, 9:02 PM IST

ବାରିପଦା: କୋଭିଡ କଟକଣା ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାରେ ପାଳିତ ହେବ ଦୁର୍ଗାପୂଜା। ଦୁର୍ଗାପୂଜା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୌରପରିଷଦର ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗକୁ ପାର୍ବଣର ମାହୋଲ ଥିବାବେଳେ ମହାମାରୀ ସମୟରେ କିଭଳି ବିଭିନ୍ନ ପୂଜାମଣ୍ଡପରେ ପୂଜା ହେବ ଏବଂ ପୂଜାମଣ୍ଡପର ପାରିପାର୍ଶ୍ବିକ ସ୍ଥିତି କିପରି ରହିବ ସେନେଇ ପୂଜା କମିଟି ସଦସ୍ୟଙ୍କ ସହିତ ଆଲୋଚନା କରିଛି ପୋଲିସ ଓ ପ୍ରଶାସନ ।

ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାରିପଦା ପୌରପାଳିକର ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ପି.ଅନ୍ବେଷା ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବାରିପଦା ପୋଲିସ ଏସଡିପିଓ କେ.କେ ହରିପ୍ରସାଦଙ୍କ ସମେତ ଜିଲ୍ଲା ଅଗ୍ନିଶମ, ବିଦ୍ୟୁତ ଆଦି ବିଭିନ୍ନ ବିଭାଗର ଅଧିକାରୀମାନେ ବୈଠକରେ ଉପସ୍ଥିତ ରହିଥିଲେ।

ଜିଲ୍ଲାର ପୂଜା କମିଟିର ସଭାପତି, ସମ୍ପାଦକମାନେ ବୈଠକରେ ଉପସ୍ଥିତ ରହି କିପରି ଭାବେ କୋରୋନା ମହାମାରୀ ସମୟରେ ପୂଜା କରିବେ ସେ ବାବଦରେ ଆଲୋଚନା କରିଥିଲେ । ଦୁର୍ଗାପୂଜା ପାଳନ ନିମିତ୍ତ ଉପଜିଲ୍ଲାପାଳଙ୍କ ନିୟମ ଅନୁଯାୟୀ ପୂଜା ମଣ୍ଡପରେ ପୂଜକ ଓ କର୍ତ୍ତାକୁ ମିଶାଇ ୭ ଜଣଙ୍କ ଠାରୁ ଅଧିକ ରହିବେ ନାହିଁ ।

ଏହାସହ ନିରାଡମ୍ବର ଭାବେ ପୂଜା ପାଳିତ ହେବ, ପୂଜାରେ ଜନସାଧାରଣଙ୍କ ଭାଗଦାନକୁ ପ୍ରଶୟ ଦିଆହେବ ନାହିଁ, ମୂର୍ତ୍ତି ନିମିତ୍ତ ନିର୍ଦ୍ଦିଷ୍ଟ ଉଚ୍ଚତା ସ୍ଥିର ରହିଛି, ପେଣ୍ଡାଲ ଚତୁଃପାର୍ଶ୍ବ ଘୋଡାଇ ରଖିବେ, ସର୍ବସାଧାରଣଙ୍କ ଦର୍ଶନ ବ୍ୟବସ୍ଥା ରହିବ ନାହିଁ, ଡାକବାଜି ଯନ୍ତ୍ର ସମ୍ପୂର୍ଣ୍ଣ ନିଷେଧ, ପୂଜା ଅନୁଷ୍ଠାନ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରିପାରିବେ ନାହିଁ ।

କୋଭିଡ -୧୯ ମହାମାରୀ ନିର୍ଦ୍ଦେଶାବଳୀ ମାନିବା ବାଧ୍ୟତାମୂଳକ, ଭଷାଣି ପରିବର୍ତ୍ତେ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯିବ। ଏଥିସହିତ ଦଶହରା ଦିନ ଅନୁଷ୍ଠିତ ହେଉଥିବା ରାବଣ ପୋଡି କାର୍ଯ୍ୟକ୍ରମ ଜିଲ୍ଲାରେ କେଉଁଠାରେ ହେବନାହିଁ ବୋଲି ସ୍ଥିରୀକୃତ ହୋଇଛି ବୋଲି ଉପ ଜିଲ୍ଲାପାଳ ପି.ଅନ୍ବେଷା ରେଡ୍ଡି ସୂଚନା ଦେଇଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Oct 16, 2020, 9:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.