ETV Bharat / state

ଯାତ୍ରୀବାହୀ ବସକୁ ଧକ୍କା ଦେଲା କଣ୍ଟେନର, 4 ଗୁରୁତର - ମୟୁରଭଞ୍ଜ ଖବର

ଘରୋଇ ଯାତ୍ରୀବାହୀ ବସକୁ ପଛପଟୁ ଧକ୍କା ଦେଲା କଣ୍ଟେନର। ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଅସନା ଗ୍ରାମ ନିକଟସ୍ଥ ୪୯ ନଂ ଜାତୀୟ ରାଜପଥରେ ଘଟିଛି ଏଭଳି ଏକ ଦୁର୍ଘଟଣା। ଅଧିକ ପଢ଼ନ୍ତୁ...

ଯାତ୍ରୀବାହୀ ବସକୁ ଧକ୍କା ଦେଲା କଣ୍ଟେନର, 4 ଗୁରୁତର, ୧୦ରୁ ଉର୍ଦ୍ଧ୍ବ ଆହତ

author img

By

Published : Mar 8, 2021, 10:24 PM IST

ରାଇରଙ୍ଗପୁର: ଘରୋଇ ଯାତ୍ରୀବାହୀ ବସକୁ ପଛପଟୁ ଧକ୍କା ଦେଲା କଣ୍ଟେନର। ଫଳରେ ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଅସନା ଗ୍ରାମ ନିକଟସ୍ଥ ୪୯ ନଂ ଜାତୀୟ ରାଜପଥରେ ଘଟିଛି ଏଭଳି ଏକ ଦୁର୍ଘଟଣା। ମଧୁସ୍ମିତା ନାମକ ଯାତ୍ରୀବାହୀ ବସ ଅନୁଗୁଳରୁ ବାରିପଦା ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଛି।

ଯାତ୍ରୀବାହୀ ବସକୁ ଧକ୍କା ଦେଲା କଣ୍ଟେନର, 4 ଗୁରୁତର, ୧୦ରୁ ଉର୍ଦ୍ଧ୍ବ ଆହତ

ସନ୍ଧ୍ୟା ବେଳେ ଅସନା ଗ୍ରାମ ନିକଟ ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିଲା ଯାତ୍ରୀବାହୀ ବସ। ଏହି ସମୟରେ ଏକ ମାଲ ବୋଝେଇ କଣ୍ଟେନର ବସକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ବସ ଟି ରାସ୍ତା କଡ଼କୁ ଓଲଟି ପଡିଥିଲା। ସ୍ଥାନୀୟ ଲୋକେ ଓ ବିଶୋଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଏବଂ ଆହତ ମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଭର୍ତ୍ତି କରାଇଛନ୍ତି।

ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବା ଯାତ୍ରୀ ମାନଙ୍କୁ ବାରିପଦା ପିଆରଏମ ସ୍ଥାନାନ୍ତର କରାଯାଇଛି। ତେବେ ଏ ନେଇ ବିଶୋଇ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.