ETV Bharat / state

ହାତୀ ଆକ୍ରମଣରେ ନାବାଳକ ମୃତ - mayurbhanj

ଥମୁନି ହାତୀ ଆତଙ୍କ । ହାତୀ ଆକ୍ରମଣରେ ପୁଣି ଜଣେ ନାବାଳକଙ୍କ ହୋଇଛି ମୃତ୍ୟୁ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ମଧୁରିଆ ଗ୍ରାମରେ । ଅଧିକ ପଢନ୍ତୁ...

ହାତୀ ଆକ୍ରମଣରେ ନାବାଳକ ମୃତ
ହାତୀ ଆକ୍ରମଣରେ ନାବାଳକ ମୃତ
author img

By

Published : Sep 18, 2021, 12:36 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଥମୁନି ହାତୀ ଆତଙ୍କ । ହାତୀ ଆକ୍ରମଣରେ ପୁଣି ଜଣେ ନାବାଳକଙ୍କ ହୋଇଛି ମୃତ୍ୟୁ । ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ମଧୁରିଆ ଗ୍ରାମରେ ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ଦୁଇଟି ଦନ୍ତା ହାତୀକୁ ଘର ସାମ୍ନାରେ ଦେଖି ହେମ ମୁର୍ମୁ ଓ ତାଙ୍କ ପତ୍ନୀ ସୀତା ଜୀବନ ବଞ୍ଚାଇ ଘର ଛାଡ଼ି ପଳାଇଥିଲେ। ତେବେ ହାତୀ ଘର ଭିତରକୁ ପଶିବା ପାଇଁ ଚେଷ୍ଟା କରି ଘରର କାନ୍ଥ ଭାଙ୍ଗି ଦେଇଥିଲା । ଏପଟେ ଦମ୍ପତିଙ୍କ ନାବାଳକ ପୁଅ ଚନ୍ଦନ ଘରୁ ବାହାରି ପାରିନଥିବା ବେଳେ ଘରର କାନ୍ଥ ପୁଅ ଉପରେ ପଡିଯିବାରୁ ତାର ମୃତ୍ୟୁ ହୋଇଛି ।

ହାତୀ ଆକ୍ରମଣରେ ନାବାଳକ ମୃତ

ଖବର ପାଇ ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀ ପହଞ୍ଚି ଚନ୍ଦନକୁ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ରାସଗୋବିନ୍ଦପୁର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.