ETV Bharat / state

ବଜ୍ରାଘାତରେ ନାବାଳିକା ମୃତ

author img

By

Published : May 28, 2020, 5:40 PM IST

Updated : May 28, 2020, 11:33 PM IST

ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଅଧୀନ ଟିଣ୍ଡରା ଗ୍ରାମରେ ବଜ୍ରାଘାତ ଯୋଗୁଁ ଜଣେ ନାବାଳିକା ମୃତ । ତାଙ୍କ ସହ ଥିବା 2ଜଣ ଝିଅ ସାମାନ୍ୟ ଆହତ ହୋଇଥିଲେ ।

ବଜ୍ରାଘାତରେ ନାବାଳିକା ମୃତ
ବଜ୍ରାଘାତରେ ନାବାଳିକା ମୃତ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଅଧୀନ ଟିଣ୍ଡରା ଗ୍ରାମରେ ଅଘଟଣ । ବଜ୍ରାଘାତରେ ଜଣେ ନାବାଳିକାର ମୃତ୍ୟୁ । ସୂଚନାନୁଯାୟୀ ଟିଣ୍ଡରା ଗ୍ରାମର ଗୁଲିଆ ସିର୍କାଙ୍କ ୧୨ ବର୍ଷିୟା ଝିଅ ଶିବାନୀ ସିର୍କା ଗ୍ରାମର ଦୁଇ ତିନି ଜଣ ଝିଅଙ୍କ ସହିତ ଘର ବାହାରେ ଥିବା ବେଳେ ହଠାତ୍ ବଜ୍ରପାତ ହେବାରୁ ସେହିଠାରେ ହିଁ ସେ ଗୁରୁତର ଅବସ୍ଥାରେ ଟଳି ପଡିଥିଲେ । ବଜ୍ରାଘାତ ଯୋଗୁଁ ଶିବାନୀ ପାଖରେ ଥିବା ଅନ୍ୟ 2 ଜଣ ଝିଅ ସାମାନ୍ୟ ଆହତ ହୋଇଥିଲେ ।

ବଜ୍ରାଘାତରେ ନାବାଳିକା ମୃତ

ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ । ସେଠାରେ ଡାକ୍ତର ଶିବାନୀଙ୍କୁ ମୃତ ଘୋଷଣା କରିଥିବା ବେଳେ ସାମାନ୍ୟ ଆହତ ହୋଇଥିବା ଦୁଇ ଝିଅଙ୍କ ଚିକିତ୍ସା ଜାରି ରହିଛି । ଖବର ପାଇ ରାଜ୍ୟସଭା ସାଂସଦ ମମତା ମହାନ୍ତ, ବିଜେଡ଼ି ଜିଲ୍ଲା ସଭାପତି କାଶିନାଥ ହେମ୍ବ୍ରମ, ରତିକାନ୍ତ ପରିକ୍ଷା, ପାର୍ଥ ସାରଥୀ କବି ପ୍ରମୁଖ ରାଇରଙ୍ଗପୁର ଡାକ୍ତରଖାନା ପହଞ୍ଚିଥିଲେ । ସେଠାରେ ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସେପଟେ ଯାମଦା ଥାନା ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇ ଘଟଣାର ତଦନ୍ତ ଜାରି ରଖିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Last Updated : May 28, 2020, 11:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.