ETV Bharat / state

ନକଲି ମଦରେ ଅସଲି ବ୍ରାଣ୍ଡର ଷ୍ଟିକର, ଅଭିଯୁକ୍ତ ଗିରଫ - ନକଲି ମଦରେ ଅସଲି ବ୍ରାଣ୍ଡର ଷ୍ଟିକର

ନକଲି ମଦରେ ଅସଲି ବ୍ରାଣ୍ଡର ଷ୍ଟିକର । ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମରେ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ଅଧିକ ପଢନ୍ତୁ...

ନକଲି ମଦରେ ଅସଲି ବ୍ରାଣ୍ଡର ଷ୍ଟିକର, ଅଭିଯୁକ୍ତ ଗିରଫ

author img

By

Published : Apr 13, 2021, 3:43 PM IST

ରାଇରଙ୍ଗପୁର: ନକଲି ମଦ ତିଆରି କାରଖାନାରେ ଚଢ଼ାଉ । ନକଲି ମଦରେ ଅସଲି ବ୍ରାଣ୍ଡର ଷ୍ଟିକର । ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମରେ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି ।

ନକଲି ମଦରେ ଅସଲି ବ୍ରାଣ୍ଡର ଷ୍ଟିକର, ଅଭିଯୁକ୍ତ ଗିରଫ

ସୂଚନା ଅନୁସାରେ ପୁରୁଣାପାଣି ଗାଁରେ ଗୋଟିଏ ଘର ଭିତରେ ଚାଲିଥିବା ନକଲି ବିଦେଶୀ ମଦ ତିଆରି କାରଖାନାରେ ଅବକାରୀ ବିଭାଗ ଅତର୍କିତ ଚଢ଼ାଉ କରିଛି । ନକଲି ମଦରେ ଅସଲି କମ୍ପାନୀ ମଦର ବ୍ରାଣ୍ଡ ଷ୍ଟିକର ମାରି ମଦ ଚାଲାଣ କରୁଥିବା ରାଇରଙ୍ଗପୁର ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ହରିହର ସିଂ ବିଶେଷ ସୂତ୍ରରୁ ଖବର ପାଇଥିଲେ ।

ଏହି ଖବରର ସତ୍ୟତା ପାଇବା ପରେ ପୁରୁଣାପାଣି ଗ୍ରାମର ଅର୍ଜୁନ ବାରିକଙ୍କ ଘରେ ଚଢ଼ାଉ କରିଥିଲେ । ତାଙ୍କ ଘରୁ ବିପୁଳ ପରିମାଣର ସ୍ପିରିଟ ସହିତ ବିଭିନ୍ନ ବ୍ରାଣ୍ଡର ଷ୍ଟିକର ଓ ନକଲି ମଦ ବୋତଲ ଓ ଠିପି ପ୍ରଭୃତି ଜବତ କରାଯାଇଥିଲା । ଏହି କାର୍ଯ୍ୟରେ ସଂପୃକ୍ତ ଥିବା ଅର୍ଜୁନ ବାରିକକୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.