ETV Bharat / state

ଭୋଳାବାବାଙ୍କ ବର୍ଫାନି ବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ - ପୂଜାର୍ଚ୍ଚନା ଆଳତୀ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ବିଭିନ୍ନ ଶୈବପୀଠରେ ଲାଗିଥିଲା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ । ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ବାବାଙ୍କୁ ଅଲଗା ଅଲଗା ବେଶରେ ଶୃଙ୍ଗାର କରାଯାଇଥାଏ । ଏହି ସୋମବାର ବାବାଙ୍କୁ ବର୍ଫାନି ବେଶରେ ଶୃଙ୍ଗାର କରାଯାଇଛି ।

ବର୍ଫାନି ବେଶ ଦେଖିବାକୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ
author img

By

Published : Aug 12, 2019, 11:21 PM IST

ରାଇରଙ୍ଗପୁର: ସରିଲା ଶ୍ରାବଣ ମାସର ଶେଷ ସୋମବାର । ଏହି ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ବିଭିନ୍ନ ଶୈବପୀଠରେ ଲାଗିଥିଲା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ।

ବର୍ଫାନି ବେଶ ଦେଖିବାକୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ମାନସିକ ରଖି ଶ୍ରଦ୍ଧାଳୁ ତଥା କାଉଡିଆ ମହାଦେବଙ୍କୁ ଜଳାଭିଷେକ କରିଥିଲେ । ଏହି ଅବସରରେ ରାଇରଙ୍ଗପୁର ସହରର ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ଶ୍ରୀ ଶ୍ରୀ ଖଡକେଶ୍ବର ମହାଦେବ ମନ୍ଦିର।
ଏଠାରେ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ବାବାଙ୍କୁ ଆଲଗା ଅଲଗା ବେଶରେ ଶୃଙ୍ଗାର କରା ଯାଇଥାଏ। ଏହି ସୋମବାର ବାବାଙ୍କୁ ବର୍ଫାନି ବେଶରେ ଶୃଙ୍ଗାର କରାଯାଇଛି। ଆଜି (ସୋମବାର) ଖଡକେଶ୍ବର ମହାଦେବ ମନ୍ଦିରରେ ବରଫରେ ତିଆରି ହୋଇଥିବା ବର୍ଫାନି ବାବାଙ୍କ ଦର୍ଶନ ଲାଭ କରିଥିଲେ ଶ୍ରଦ୍ଧାଳୁ। ଏଠାରେ ମହାଦେବ ମନ୍ଦିରର ସାଜସଜ୍ଜା ଦେଖିବା ପାଇଁ ବେଶ ଭିଡ ପରିଲକ୍ଷିତ ହୋଇଥିଲା।

ସନ୍ଧ୍ୟା ସମୟରେ ଠାକୁରଙ୍କ ପୂଜାର୍ଚ୍ଚନା ଆଳତୀ ପରେ ଅନ୍ନ ଭୋଗ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା । ଶ୍ରଦ୍ଧାଳୁ ଖୁବ୍ ଆନନ୍ଦ ସହକାରେ ଠାକୁରଙ୍କ ଦର୍ଶନ କରି ଅନ୍ନଭୋଗ ଗ୍ରହଣ କରୁଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଶ୍ରାବଣ ମାସର ଶେଷ ସୋମବାର ଉପଲକ୍ଷେ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ବିଭିନ୍ନ ଶୈବପୀଠ ରେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଭିଡ ଲାଗି ରହିଥିଲା। ମାନସିକ ରଖି ଶ୍ରଦ୍ଧାଳୁ ତଥା କାଉଡିଆ ମାନେ ମହାଦେବ ଙ୍କୁ ଜଳାଭିଷେକ କରିଥିଲେ। ତେବେ ଏହି ଅବସରରେ ରାଇରଙ୍ଗପୁର ସହରର ମୁଖ୍ୟ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଥିଲା ଶ୍ରୀ ଶ୍ରୀ ଖଡକେଶ୍ବର ମହାଦେବ ମନ୍ଦିର। ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ବାବାଙ୍କୁ ଆଲଗା ଅଲଗା ବେଶରେ ଶୃଙ୍ଗାର କରା ଯାଇଥାଏ। ଏହି ସୋମବାର ବାବାଙ୍କୁ ବର୍ଫାନି ବେଶରେ ଶୃଙ୍ଗାର କରାଯାଇଛି। ଖଡ଼କେଶ୍ବର ମହାଦେବ ମନ୍ଦିର ରେ ବରଫରେ ତିଆରି ହୋଇଥିବା ବର୍ଫାନି ବାବା ଙ୍କ ଦର୍ଶନ ଲାଭ କରିଥିଲେ ଶ୍ରଦ୍ଧାଳୁ। ମହାଦେବ ମନ୍ଦିର ର ସାଜସଜ୍ଜା ଦେଖିବା ପାଇଁ ବେଶ୍ ଭିଡ ପରିଲକ୍ଷିତ ହୋଇଥିଲା। ବର୍ଫାନି ବାବା ଙ୍କ କରୁଣା ଲାଭ କରିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି। ସନ୍ଧ୍ୟା ସମୟରେ ଠାକୁରଙ୍କ ପୂଜାର୍ଚ୍ଚନା ଆଳତୀ ପରେ ଅନ୍ନଭୋଗ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି। ଶ୍ରଦ୍ଧାଳୁ ମାନେ ଆନନ୍ଦ ସହକାରେ ଠାକୁରଙ୍କ ଦର୍ଶନ କରି ଅନ୍ନଭୋଗ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି।
ବାଇଟ - ଜୈନେନ୍ଦ୍ର ରାମ, ମନ୍ଦିର ସଂଚାଳକ, ରାଇରଙ୍ଗପୁର।

Body:x

Conclusion:x
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.