ETV Bharat / state

ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ, ତିନି ଗିରଫ - wine peddler arrested

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ । ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ । ଅଧିକ ପଢନ୍ତୁ...

ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ, ତିନି ଗିରଫ

author img

By

Published : Apr 18, 2021, 8:51 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ । ଚଢାଉବେଳେ 1600 କେଜି ମହୁଲ ପୋଚ ନଷ୍ଟ କରାଯିବା ସହ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ । ଘଟଣାରେ ତିନି ଗିରଫ ।

ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ, ତିନି ଗିରଫ

ରାଇରଙ୍ଗପୁର ଏସଡିପିଓ ଗାୟତ୍ରୀ ପ୍ରଧାନଙ୍କ ମୋବାଇଲ ପୋଲିସ ସ୍କ୍ବାର୍ଡ ଏବଂ ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ପ୍ରଥମେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଣକାଟି ଗ୍ରାମର ପୁରେନ୍ଦ୍ର ସିଂଙ୍କ ଘରେ ଚଢାଉ କରାଯାଇ 19 ଲିଟର ବିୟର ଏବଂ 4 ଲିଟରରୁ ଊର୍ଦ୍ଧ୍ବ ବିଦେଶୀ ମଦ ଜବତ କରାଯାଇଥିଲା ଏବଂ ଅଭିଯୁକ୍ତ ନାଁରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଥିଲା । ଏହାପରେ ବାଦାମ ପାହାଡ ଥାନା ଅନ୍ତର୍ଗତ ମୁରୁମଡିହି ଗ୍ରାମର ମଙ୍ଗଳ ଟୁଡୁଙ୍କ ଘରେ ଚଢାଉ ହୋଇ 15 ଲିଟରରୁ ଅଧିକ ବିୟର ଜବତ କରାଯିବ ସହ ଖଣ୍ଡାଡେରା ଗ୍ରାମର ଲକ୍ଷ୍ମୀମଣି ସୋରେନଙ୍କ ଘରୁ 10 ଲିଟର ବିୟର ଜବତ କରାଯାଇଥିଲା । ଘଟଣାରେ ସମ୍ପୃକ୍ତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.