ବାରିପଦା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ସନ୍ତରା ଗାଁରେ ଅଭାବନୀୟ ଘଟଣା। ଘରୋଇ କଳିରୁ ଆତ୍ମହତ୍ୟା ଉଦ୍ୟମ କରି ମହିଳା ଗୁରୁତର। ଦେହରେ କିରାସିନି ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିବାରୁ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗୁରୁତର ମହିଳା ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ସନ୍ତରା ଗ୍ରାମର ୪୬ ବର୍ଷୀୟା ରୀତା ମୁଖି। ଅଭିଯୋଗ ଅନୁସାରେ ବିବାହର କେଇ ବର୍ଷ ପରଠୁ ରୀତାଙ୍କ ନଣନ୍ଦ ଏବଂ ଶାଶୁଙ୍କ ସହ ପ୍ରାୟ ଅଧିକାଂଶ ସମୟରେ କଳହ ଲାଗି ରହୁଥିଲା ।
ଏନେଇ ରୀତାଙ୍କ ସ୍ବାମୀ ବାରମ୍ବାର ବୈଶିଙ୍ଗା ଥାନାରେ ଅଭିଯୋଗ କରି ଆସୁଥିଲେ। ତେବେ ଆଜି ପାରିବାରିକ କଳହ ଉଗ୍ରରୂପ ନେବାରୁ ରୀତା ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ।
ଗୁରୁତର ସ୍ତ୍ରୀକୁ ତାଙ୍କ ସ୍ବାମୀ ସଙ୍ଗେସଙ୍ଗେ ବେତନଟୀ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ବାରିପଦାସ୍ଥିତ ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ ରୀତା ପୂର୍ବରୁ ମଧ୍ୟ ବିଷଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତିଥିଲେ। ରୀତା ଆତ୍ମହତ୍ୟା ପାଇଁ ନିଜ ଦେହରେ ନିଆଁ ଲଗାଉ ଥିବାଵେଳେ ସେଥିରୁ ନିଆଁ ଲାଗି ଘର ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାପଡିଛି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ