ETV Bharat / state

Elephant Terror: ଠାକୁରମୁଣ୍ଡା ରେଞ୍ଜରେ ପଶିଲେ ୨୬ ଟିକିଆ ହାତୀପଲ, ଭାଙ୍ଗିଲେ ଘର - ମୟୂରଭଞ୍ଜରେ ୨୬ ଟିକିଆ ହାତୀପଲଙ୍କ ଆତଙ୍କ

Elephant Terror: ଠାକୁରମୁଣ୍ଡା ରେଞ୍ଜରେ ପଶିଲେ ୨୬ ଟିକିଆ ହାତୀପଲ, ଭାଙ୍ଗିଲେ ଘର

author img

By

Published : Dec 7, 2021, 1:30 PM IST

Updated : Dec 7, 2021, 1:44 PM IST

13:08 December 07

ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ପ୍ରାୟ ୨୬ ଟିକିଆ ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହିତ ଘରଦ୍ବାର ଭାଙ୍ଗିଛନ୍ତି । ଅଧିକ ପଢନ୍ତୁ

Elephant Terror: ଠାକୁରମୁଣ୍ଡା ରେଞ୍ଜରେ ପଶିଲେ ୨୬ ଟିକିଆ ହାତୀପଲ, ଭାଙ୍ଗିଲେ ଘର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳର ବିଭିନ୍ନ ଗ୍ରାମରେ ହାତୀପଲ ପଶି ଲୋକଙ୍କ ଧାନ ଓ ପରିବା ଫସଲ ବ୍ୟାପକ ନଷ୍ଟ କରିବା ସହ ଘର ଭାଙ୍ଗି ଦେଇଥିବା ନେଇ ସୂଚନା ମିଳିଛି। କେନ୍ଦୁଝର ଜିଲ୍ଲା ସାହାରପଡା ଦେଇ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳ କୁ ପଶି ଆସିଥିବା ଏହି ୨୬ ଟିକିଆ ହାତୀପଲ ୫ ଦିନ ମଧ୍ୟରେ ଲୋକଙ୍କ ବ୍ୟାପକ ଫସଲ ନଷ୍ଟ କରିଛନ୍ତି।

ଲଘୁଚାପଜନିତ ବର୍ଷା ଯୋଗୁଁ ଚାଷୀ ଧାନ ଫସଲ କାଟି ଅମଳ କରି ପାରିନଥିବା ବେଳେ ହାତୀପଲ ଙ୍କ ଦ୍ୱାରା ଫସଲ ନଷ୍ଟ ହେଉ ଥିବାରୁ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ୨୬ ଟିକିଆ ହାତୀପଲ ଏହି ରେଞ୍ଜ ଅନ୍ତର୍ଗତ ଅନ୍ଧାରିଖମଣ, ଆମ୍ବବେଡା, ବୋରିଂ, ବଗବସା, ପଡ଼ିଆବେଡା, ଗୌରୀଗଦା,ବାଲିପୋଷୀ ଦେଇ ସୋମବାର ରାତିରେ ଟିକରପଡ଼ା ଗ୍ରାମ ନିକଟ ତାଳପଦା ଓ ଟିକରପଡ଼ା ମଧ୍ୟରେ ଥିବା ଜଙ୍ଗଲ ଭିତରେ ହାତୀପଲ ରହିଥିବା ନେଇ ବନବିଭାଗ ପକ୍ଷରୁ କୁହାଯାଇଛି ।

ହାତୀ ପଲଙ୍କୁ ଘଉଡ଼ାଇବାକୁ ବନବିଭାଗ ଓ ଗ୍ରାମବାସୀ ଉଦ୍ୟମ ଜାରି ରଖିଛନ୍ତି । ହାତୀ ପଲକୁ ଘଉଡାଇଲେ ମଧ୍ୟ ହାତୀପଲ ଗୋଟିଏ ଗ୍ରାମରୁ ଆଉ ଗୋଟିଏ ଗ୍ରାମ ଆଡକୁ ଯାଉଛନ୍ତି । ହାତୀ ଯାଉଥିବା ବେଳେ ସେହି ଅଞ୍ଚଳର ଧାନ ବିଲରେ ଥିବା ପାଚିଲା ଧାନ ଖାଇବା ସହ ଦଳିଚକଟି ଦେଇ ଧାନ ଗଛକୁ ନଷ୍ଟ କରିଦେଇଛନ୍ତି ।

ହାତୀପଲ ଗୌରୀଗଦା ଗ୍ରାମର ସୁଦର୍ଶନ ପାତ୍ରଙ୍କ ଘର ଭାଙ୍ଗି ଘରେ ରଖିଥିବା ୨ କୁଇଣ୍ଟାଲ ଧାନ ଓ ୫୦ କେଜି ଚାଉଳ ଖାଇବା ସହ ଘର ବାଡ଼ିରେ ଲଗାଇଥିବା ପନିପରିବା ଗଛକୁ ନଷ୍ଟ କରିଦେଇଛନ୍ତି । ସେହିପରି ଟିକରପଡ଼ା ଗ୍ରାମର ବାୟା ମାଝୀର ଘରକୁ ହାତୀପଲ ଭାଙ୍ଗି ଦେଇଛନ୍ତି । ହାତୀ ଉପଦ୍ରବ ଯୋଗୁଁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

Last Updated : Dec 7, 2021, 1:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.