ବାରିପଦା:ଉଦଳା ଥାନା ଅନ୍ତର୍ଗତ ଉଦଳା ଗୌଡିଓ ମଠ ଭିତରୁ ମିଳିଲା ଜଣେ ବ୍ରହ୍ମଚାରୀଙ୍କ ଝୁଲନ୍ତା ମୃତଦେହ । ସୂଚନା ଅନୁଯାୟୀ ବ୍ରହ୍ମଚାରୀ ଜଣଙ୍କ ଦୀର୍ଘ ୮ ବର୍ଷ ହେବ ଗୌଡ଼ିଆ ମଠରେ ରୋଷେୟା ଭାବେ କାର୍ଯ୍ୟରତ ଥିଲେ । ପରବର୍ତ୍ତୀ ସମୟରେ ହୋଟେଲ ଆଉ ନ ଚାଲିବାରୁ ସେ ପୁଣି ଆସି ମଠରେ ଆସି ରହୁଥିଲେ ।
ମାନସିକ ଚାପରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଥିଲେ ବି ପୋଲିସର ତଦନ୍ତ ପରେ ପ୍ରକୃତ ତଥ୍ୟ ସମ୍ନାକୁ ଆସିବ ପୋଲିସ କହିଛି । ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଜାରିରଖିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ