ETV Bharat / state

ପରିତ୍ୟକ୍ତ କୂଅରୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - ମୃତଦେହ ଉଦ୍ଧାର

ମୟୂରଭଞ୍ଜର ଏକ ପରିତ୍ୟକ୍ତ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ହତ୍ୟା ସନ୍ଦେହ, ତଦନ୍ତ ଜାରି । ଅଧିକ ପଢନ୍ତୁ....

a dead body recovered in mayurbhanj
ପରିତକ୍ତ କୂଅରୁ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ
author img

By

Published : Jan 15, 2021, 8:55 PM IST

ରାଇରଙ୍ଗପୁର: ପରିତ୍ୟକ୍ତ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ,ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଜାମୁଣାଳିଆ ଗ୍ରାମ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରେ ମୃତଦେହ ପଡିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ରରୁଆଁ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ କେହି ଦୁର୍ବୃତ୍ତ ହତ୍ୟା କରିଥିବା ପୋଲିସ ଅନୁମାନ କରୁଛି ।

ପରିତକ୍ତ କୂଅରୁ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସେପଟେ ଓଡିଶା-ଝାଡ଼ଖଣ୍ଡ ସୀମା ଚିହ୍ନଟରେ ଅସୁବିଧା ଯୋଗୁଁ ଉଭୟ ଝାରଖଣ୍ଡ ଓ ରରୁଆଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କ ସହିତ ଉଭୟ ରାଜ୍ୟର ରାଜସ୍ବ ନିରୀକ୍ଷକମାନେ ପହଞ୍ଚିଥିଲେ। ତେବେ ମୃତଦେହ ପଡ଼ିଥିବା ସ୍ଥାନଟି ଝୁମକାପାଳ ଅଞ୍ଚଳରେ ପଡୁଥିବାରୁ ଜଶିପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡ଼ାକ୍ତରଖାନାକୁ ପଠାଇଥିଲେ। ମୃତକଙ୍କ ପରିଚୟ ମିଳି ପାରିଥିବା ବେଳେ ଝାଡ଼ଖଣ୍ଡ ରାଜ୍ୟ ମଝିଗାଁ ଥାନା ଜାନୁମ୍ପିର ଜୟପାଲ ହେମ୍ବ୍ରମ ବୋଲି ଜଣାପଡିଛି। ସେପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.