ETV Bharat / state

ଗୁଜୁରାଟରୁ ଆସିଲା ପ୍ରବାସୀ ଶ୍ରମିକଙ୍କ ମୃତଦେହ, କୋରୋନା ଭୟରେ ଛୁଇଁଲେନି ଗ୍ରାମବାସୀ

author img

By

Published : Jun 4, 2020, 12:22 PM IST

Updated : Jun 4, 2020, 12:38 PM IST

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା କଟୁରିଆ ଗାଁ ଚତୁରୀସାହିର ଦାସ ମୁର୍ମୁଙ୍କ ଗୁଜୁରାଟରେ ମୃତ୍ୟୁ ହେବା ପରେ ବୁଧବାର ରାତିରେ ମୃତଦେହ ପହଞ୍ଚିଥିଲା ଗାଁରେ । ମାତ୍ର କୋରୋନା ପାଇଁ ମୃତଦେହକୁ ଛୁଇଁଲେନି ଗାଁଲୋକେ ।

fear of corona
କୋରୋନା ଭୟରେ ଛୁଇଁଲେନି ଗ୍ରାମବାସୀ

ବାରିପଦା: କୋରୋନା ଭୟରେ ହଜିଯାଉଛି ମାନବିକତା। କୋରୋନା ଭୂତାଣୁକୁ ଡରି ଶବ ସତ୍କାର ପାଇଁ ଆସିଲେନି ଗ୍ରାମବାସୀ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା କଟୁରିଆ ଗାଁ ଚତୁରୀସାହିର ଦାସ ମୁର୍ମୁ ଦୀର୍ଘଦିନ ହେବ ସୁଦୂର ଗୁଜୁରାଟରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ । ତେବେ ସେ ଦୀର୍ଘଦିନ ହେବ କିଡ଼ନୀ ରୋଗରେ ପୀଡିତ ଥିଲେ ବୋଲି ଜଣାପଡିଛି ।

ମାତ୍ର ଲକଡାଉନ ସମୟରେ ଗୁଜୁରାଟରେ ଦାସଙ୍କ ଚିକିତ୍ସା ହୋଇ ନପାରିବାରୁ ଗତ ମେ ୧ ରେ ଗୁଜୁରାଟରେ ସେ ମୃତ୍ୟୁବରଣ କରିଥିଲେ। ଦାସଙ୍କ ମୃତ୍ୟୁ ପରେ କମ୍ପାନୀ ପକ୍ଷରୁ ଦାସଙ୍କ ମରଶରୀରକୁ ଗୁଜୁରାଟରୁ ନିଜ ଗାଁକୁ ଅଣାଯାଇଥିଲା । ବୁଧବାର ଦାସଙ୍କ ମରଶରୀର କଟୁରିଆ ଗାଁ ଚତୁରୀ ସାହିରେ ବିଳମ୍ବିତ ରାତିରେ ପହଞ୍ଚିଥିଲା।

କୋରୋନା ଭୟରେ ଶ୍ରମିକଙ୍କ ମୃତଦେଙ ଛୁଇଁଲେନି ଗ୍ରାମବାସୀ

ମରଶରୀର ପହଞ୍ଚିବା ପରେ କୋରୋନା ସଂକ୍ରମଣ ଭୟରେ ଗ୍ରାମବାସୀ ଦାସଙ୍କ ଶବକୁ ଛୁଇଁ ବା ତ ଦୂରର କଥା, ଦେଖିବାକୁ ବି ଆସି ନଥିଲେ। ଶେଷରେ ଦାସଙ୍କ ବଡଭାଇ ଓ ନିଜ ପରିବାରର କିଛି ଲୋକଙ୍କ ସାହାଯ୍ୟରେ ଶବକୁ ମାଟିରେ ପୋତିଥିବା ଜଣାପଡିଛି ।

ମୟୂରଭଞ୍ଜରୁ ମୃତ୍ଯୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Jun 4, 2020, 12:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.