ETV Bharat / state

ସାପ କାମୁଡାରେ ନାବାଳିକା ମୃତ

ସାପ କାମୁଡାରେ ପ୍ରାଣ ହରାଇଲା ଜଣେ 7 ବର୍ଷର ଶିଶୁକନ୍ୟା।  ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅଧିନରେ ଥିବା ଧଡିଚୁଆ ଗ୍ରାମରେ ଘଟିଛି ଏଭଳି ଘଟଣା ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Jun 8, 2019, 1:05 PM IST

ରାଇରଙ୍ଗପୁର: ସାପ କାମୁଡାରେ ପ୍ରାଣ ହରାଇଲା ଜଣେ 7 ବର୍ଷର ଶିଶୁକନ୍ୟା। ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅଧିନରେ ଥିବା ଧଡିଚୁଆ ଗ୍ରାମରେ ଘଟିଛି ଏଭଳି ଘଟଣା । ମୃତ ଶିଶୁଟି ସେହି ଗ୍ରାମର ମାଟାଇ ପିଙ୍ଗୁଆଙ୍କ ଝିଅ ଦ୍ରୌପଦୀ ପିଙ୍ଗୁଆ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁସାରେ, ଦ୍ରୌପଦୀ ଗତକାଲି ରାତିରେ ନିଜ ଭାଇ ଭଉଣୀଙ୍କ ସହ ତଳେ ଶୋଇଥିଲେ। ଭୋର ପ୍ରାୟ ୪ଟା ସମୟରେ ଏକ ବିଷଧର ସାପ ତାକୁ ଚୋଟ ମାରୁଥିବା ବାପା ଦେଖିଥିଲେ । ତେବେ ସେ ଡାକ୍ତରଖାନା ବଦଳରେ ଝିଅକୁ ଏକ ଗୁଣିଆ ପାଖକୁ ନେଇଥିଲେ। ଝିଅ ସୁସ୍ଥ ନହେବାରୁ ସକାଳ ୯ ସମୟରେ ତାକୁ ବାଦାମପାହାଡ ଡାକ୍ତରଖାନାକୁ ନିଆଯାଇଥିଲା ।

କିନ୍ତୁ ସେଠାରେ ଡାକ୍ତର ଝିଅକୁ ରାଇରଙ୍ଗପୁର ଡାକ୍ତରଖାନା ସ୍ଥାନାନ୍ତର କରିବାରୁ ପରାମର୍ଶ ଦେଇଥିଲେ । ପରିବାର ଲୋକେ ତାକୁ ତୁରନ୍ତ ରାଇରଙ୍ଗପୁର ଡାକ୍ତରଖାନା ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ଏ ନେଇ ବାଦାମପାହାଡ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇବା ସହିତ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲା।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.