ETV Bharat / state

ବାଇକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ, 3 ଗିରଫ - bike lootera gang arrested in mayurbhanj

ବାଇକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କଲା ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ପୋଲିସ । ମୟୂରଭଞ୍ଜ ଜିଲ୍ଲା ଝାଡଖଣ୍ଡ ସୀମାନ୍ତବର୍ତ୍ତୀ ତିରିଂ ଥାନା ଅଞ୍ଚଳର 3 ଜଣ ଯୁବକ ବାଇକ ଲୁଟ୍‌ ଭଳି କାର୍ଯ୍ୟରେ ଲିପ୍ତ ଥିଲେ । ଅଧିକ ପଢ଼ନ୍ତୁ...

ବାଇକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ, 3 ଗିରଫ
ବାଇକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ, 3 ଗିରଫ
author img

By

Published : Oct 11, 2021, 10:38 PM IST

ରାଇରଙ୍ଗପୁର: ବାଇକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କଲା ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ପୋଲିସ । ମୟୂରଭଞ୍ଜ ଜିଲ୍ଲା ଝାଡଖଣ୍ଡ ସୀମାନ୍ତବର୍ତ୍ତୀ ତିରିଂ ଥାନା ଅଞ୍ଚଳର 3 ଜଣ ଯୁବକ ବାଇକ ଲୁଟ୍‌ ଭଳି କାର୍ଯ୍ୟରେ ଲିପ୍ତ ଥିଲେ । କୌଣସି ସୂତ୍ରରୁ ଖବର ପାଇ ବିଶୋଇ ଥାନା ପୋଲିସ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହ ଝାଡଖଣ୍ଡ ଅଞ୍ଚଳରେ ଏହି ଗ୍ୟାଙ୍ଗ ବାଇକ ଚୋରି କରୁଥିଲା ।

ବାଇକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ, 3 ଗିରଫ

ବିଶୋଇ ଥାନା ଅଞ୍ଚଳରେ ବହୁ ବାଇକ ଲୁଟ ହେଉଥିବା ଅଭିଯୋଗ ହେଉଥିଲା । ଏନେଇ ପୋଲିସ ଛାନଭିନ୍‌ ଆରମ୍ଭ କରିଥିଲେ । ତଦନ୍ତ ବେଳେ ତିରିଂ ଥାନା ଲୁପୁଙ୍ଗ ଗ୍ରାମର ମାଝିଆ ଟୁଡୁ, କୁଲୁଘୁଟୁ ଗ୍ରାମର ଦାମୁ ଆଲଦା ଓ ସଙ୍ଗା ଆଲଦା ବାଇକ ଚୋରି ରାକେଟରେ ସାମିଲ ଥିବା ଜଣାପଡିଥିଲା । ଆଜି (ସୋମବାର) ତିନିଜଣ ବାଇକ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ୮ଟି ବାଇକ ଜବତ କରିଛି ପୋଲିସ ।

ତେବେ ଏହି ରାକେଟରେ ସେମାନଙ୍କ ସହ ଆଉ କେତେ ଜଣ ସାମିଲ ଅଛନ୍ତି ଓ ଏହି ଲୁଟେରା ଗ୍ୟାଙ୍ଗର ଚେର କେତେ ଦୁର ଲମ୍ବିଛି ତାହାକୁ ନେଇ ପୋଲିସର ତଦନ୍ତ ଜାରି ରହିଛି । ଏହାକୁ ନେଇ ରାଇରଙ୍ଗପୁର SDPO ରତିକାନ୍ତ ଗିରି ପ୍ରେସ୍‌ମିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.