ETV Bharat / state

4 ମାସର ହାତୀଛୁଆକୁ ମାରିଦେଲା ମହାବଳ - tiger attack in rairangpur

ରାଇରଙ୍ଗପୁର ବନଖଣ୍ଡ ବିଶୋଇ ରେଞ୍ଜ କୁଞ୍ଜକଚା ଗ୍ରାମ ନିକଟସ୍ଥ ଟୁଙ୍ଗୁର ସଂରକ୍ଷିତ ଜଙ୍ଗଲରେ ବାଘ ଆକ୍ରମରେ 4 ମାସର ହାତୀ ଶାବକର ମୃତ୍ୟୁ ଘଟିଛି ।

4 ମାସର ହାତୀ ଶାବକର ମୃତ୍ୟୁ
4 ମାସର ହାତୀ ଶାବକର ମୃତ୍ୟୁ
author img

By

Published : Feb 15, 2021, 5:56 PM IST

Updated : Feb 15, 2021, 8:10 PM IST

ରାଇରଙ୍ଗପୁର: ମହାବଳ ବାଘ ଆକ୍ରମଣରେ ହାତୀ ଶାବକର ମୃତ୍ୟୁ। ବାଘ ଆକ୍ରମରେ 4 ମାସର ହାତୀ ଶାବକର ମୃତ୍ୟୁ ଘଟିଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଇରଙ୍ଗପୁର ବନଖଣ୍ଡ ବିଶୋଇ ରେଞ୍ଜ କୁଞ୍ଜକଚା ଗ୍ରାମ ନିକଟସ୍ଥ ଟୁଙ୍ଗୁର ସଂରକ୍ଷିତ ଜଙ୍ଗଲରେ।

4 ମାସର ହାତୀ ଶାବକର ମୃତ୍ୟୁ

ବନବିଭାଗର ସୂଚନା ଅନୁଯାୟୀ, କୁଞ୍ଜକଚା ଗ୍ରାମ ନିକଟସ୍ଥ ଟୁଙ୍ଗୁର ସଂରକ୍ଷିତ ଜଙ୍ଗଲରେ ଏକ ହାତୀପଲ କିଛିଦିନ ହେବ ଡେରା ପକାଇଥିଲେ। ଗତ ୧୩ ତାରିଖ ରାତିରେ ହାତୀ ଛୁଆକୁ ଏକ ମହାବଳ ବାଘ ଆକ୍ରମଣ କରି ମାରି ଦେଇଥିଲା।

ମହାବଳ ବାଘଟି ହାତୀ ଛୁଆକୁ ପଛପଟୁ ଆକ୍ରମଣ କରିବା ସହିତ ଶୁଣ୍ଢକୁ ଖାଇଦେଇ ଥିବା ଜଣାପଡିଛି । କିନ୍ତୁ ହାତୀପଲର ପାଲଟା ଆକ୍ରମଣରେ ମହାବଳ ବାଘଟି ପଳାଇ ଯାଇଥିଲା। ମୃତ ହାତୀ ଛୁଆର ଦୁର୍ଗନ୍ଧ ପାଇଁ ଗ୍ରାମବାସୀ ବନବିଭାଗକୁ ଜଣାଇ ଥିଲେ।

ହାତୀଛୁଆ ମୃତ୍ୟୁ ନେଇ ପ୍ରତିକ୍ରିୟା

ଆଜି(ସୋମବାର) ବିଶୋଇ ରେଞ୍ଜ ଅଫିସର ଓ ଅନ୍ୟ ବନବିଭାଗ କର୍ମଚାରୀମାନେ ମୃତ ହାତୀ ଶାବକର ସନ୍ଧାନ ପାଇ ବ୍ୟବଚ୍ଛେଦ କରିଥିଲେ। ପରେ ମାଟିରେ ପୋତି ଦେଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ବାଘ ଭୟରେ ଗ୍ରାମବାସୀ ଆତଙ୍କିତ ରହିଥିବା ବେଳେ ବନବିଭାଗ ଏଯାଁଏ ବାଘକୁ ଠାବ କରି ପାରିନାହିଁ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Feb 15, 2021, 8:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.