ETV Bharat / state

9ମ ଶ୍ରେଣୀ ଛାତ୍ରୀର ଆତ୍ମହତ୍ୟା, ସନ୍ଦେହ ଘେରରେ କନ୍ୟାଶ୍ରମ ପ୍ରଧାନ ଶିକ୍ଷକ - suiside

ତାଟୋ କନ୍ୟାଶ୍ରମ ସ୍କୁଲର ନବମ ଶ୍ରେଣୀର ଛାତ୍ରୀ ସୋମବାରୀ ହେମ୍ବ୍ରମ ଆତ୍ମହତ୍ୟା କରିଛି । ଖରାଛୁଟି ପରେ ସ୍କୁଲ ଖୋଲିବା ଦିନ ପ୍ରଧାନ ଶିକ୍ଷକ ତାଙ୍କୁ ସ୍କୁଲରେ ପ୍ରବେଶ କରାଇ ନ ଦେବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Jul 2, 2019, 7:59 AM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ସରଭାଡ଼ି ଗ୍ରାମର ଜଣେ ନବମ ଶ୍ରେଣୀର ଛାତ୍ରୀ ଆତ୍ମହତ୍ୟା କରିଛି । ସେ ତାଟୋ କନ୍ୟାଶ୍ରମ ସ୍କୁଲରେ ପାଠ ପଢୁଥିଲା । ଖରାଛୁଟି ପରେ ସ୍କୁଲ ଖୋଲିବା ଦିନ ପ୍ରଧାନଶିକ୍ଷକ ତାଙ୍କୁ ସ୍କୁଲରେ ପ୍ରବେଶ କରାଇ ନ ଦେବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏପରିକି ପ୍ରଧାନ ଶିକ୍ଷକ ଜଣକ ତାଙ୍କ ପରିବାର ଲୋକଙ୍କୁ ଥାନାରେ ଅଭିଯୋଗ ନ କରିବାକୁ କହିଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁସାରେ, ସରଭାଡ଼ି ଗ୍ରାମର ଗାରଦି ହେମ୍ବ୍ରମଙ୍କ ଝିଅ ସୋମବାରୀ ହେମ୍ବ୍ରମ ନବମ ଶ୍ରେଣୀରେ ପାଠ ପଢୁଥିଲେ । ଖରା ଛୁଟି ପରେ ସେ ସୋମବାର ସ୍କୁଲ ଯାଇଥିଲେ । ସେଦିନ ସ୍କୁଲରେ ପ୍ରଧାନ ଶିକ୍ଷକ ତାଙ୍କୁ ସ୍କୁଲରେ ପୁରାଇ ନଥିଲେ । ସେହିଦିନ ଠାରୁ ସ୍କୁଲ ନଯାଇ ଘରେ ରହି ଆସୁଥିଲେ ଉକ୍ତ ଛାତ୍ରୀ । ତେବେ ସୋମବାର କନ୍ୟାଶ୍ରମର ପ୍ରଧାନଶିକ୍ଷକ ଛାତ୍ରୀଙ୍କ ଘରକୁ ଆସି ଛାତ୍ରୀଙ୍କ ସହିତ କଥା ହୋଇଥିଲେ । ପ୍ରଧାନଶିକ୍ଷକ ଯିବାର କିଛି ଘଣ୍ଟା ପରେ ଛାତ୍ରୀ ଜଣଙ୍କ ବିଷ ପିଇ ଦେଇଥିଲେ । ଏହାପରେ ପରିବାର ଲୋକେ ତାଙ୍କୁ ପ୍ରଥମେ କରଞ୍ଜିଆ ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତିକରିଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଏଇ ଘଟଣାକୁ ନେଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି । ଛାତ୍ରୀଙ୍କ ମୃତ୍ୟୁ ପରେ ପ୍ରଧାନଶିକ୍ଷକ ପରିବାର ଲୋକଙ୍କୁ ଥାନାରେ ଅଭିଯୋଗ ନକରିବାକୁ କହିଛନ୍ତି । ଅଭିଯୋଗ କଲେ ଅସୁବିଧାରେ ପଡିବେ ବୋଲି ସେ ପରିବାର ଲୋକଙ୍କୁ କହିଛନ୍ତି । ଏ ଘଟଣା ସମ୍ପର୍କରେ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ସେ ମତାମତ ନଦେଇ ଏଡାଇ ଯାଇଥିଲେ । ଏପଟେ ଛାତ୍ରୀଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହୋଇଛି । ସେହିପରି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି କରାଯାଇଛି ।

ତାଟୋ କନ୍ୟାଶ୍ରମରେ ଅନେକ ସମୟରେ କାର୍ଯ୍ୟରେ ଅବହେଳା ଦେଖାଯାଇଛି । ଏହା ସହିତ ନିମ୍ନମାନର ଖାଦ୍ୟ ଯୋଗାଣ ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । ପୂର୍ବରୁ ସ୍କୁଲର ସମସ୍ତ ଛାତ୍ରୀ ୧୦ କିଲୋମିଟର ପାଦରେ ଚାଲି ଚାଲି ଆସି ଉପଜିଲ୍ଲାପାଳଙ୍କୁ ଗୁହାରି କରିଥିବାବେଳେ ପୁଣି ଏକ ବର୍ଷ ନ ପୁରୁଣ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ତେବେ ଉକ୍ତ ଛାତ୍ରୀର ମୃତ୍ୟୁ ପଛର କାରଣ କ'ଣ ? ଏପରି ଏକ ସମ୍ବେଦନଶୀଳ ଘଟଣା ପରେ ପ୍ରଶାସନ କି ପଦକ୍ଷେପ ନେଉଛି ତାକୁ ଅପେକ୍ଷା ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ନିକଟରେ ଫିଲିପାଇନ୍ସ ଠାରେ ଅନୁଷ୍ଠିତ ବିଶ୍ୱ ମହିଳା ରଗବି ଚାମ୍ପିୟାନଶିପ ରେ ପ୍ରଥମ ଥର ପାଇଁ ଭାରତୀୟ ଦଳ ବ୍ରୋଞ୍ଜ ପଦକ ଜିତିବା ସହିତ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।ସେହିପରି ଓଡିଶାରୁ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଭାଗନେବା ପାଇଁ ଜଣେ କ୍ରୀଡ଼ାବିତ ଓ 3ଜଣ ଅଫିସିଆଲ ନେତୃତ୍ୱ ନେଉଥିବାରୁ ସେମାନଙ୍କୁ କିଟ ଓ କିସ ପକ୍ଷରୁ ଶୁଭେଚ୍ଛା ଜଣାଇବା ସହିତ ସମ୍ବର୍ଦ୍ଧିତ କରାଯାଇଛି।
Body:ସୂଚନାଯୋଗ୍ୟ କି ଫିଲିପାଇନ୍ସ ଠାରେ ମହିଳା ବିଶ୍ୱ ରଗବି ଚାମ୍ପିୟାନଶିପ ର ଏକ ମ୍ୟାଚ ରେ ଖେଳର ଶେଷ ମୁହୁର୍ତ୍ତ ରେ କିଟ ର ଛାତ୍ରୀ ସୁମିତ୍ରା ଙ୍କ ଗୋଲ ବଳରେ ଭାରତୀୟ ଦଳ ସିଙ୍ଗାପୁର କୁ ହରାଇ ତୃତୀୟ ସ୍ଥାନ ହାସଲ କରିଥିଲା। ଯାହାକି କିଟ ଅନୁଷ୍ଠାନ ରୁ ଭାରତୀୟ ଦଳରେ ସ୍ଥାନ ପାଇଥିବା 5ଜଣ କ୍ରୀଡ଼ାବିତଙ୍କ ଉନ୍ନତ ପ୍ରଦର୍ଶନ ପାଇଁ ଏକ ପ୍ରକାର ସମ୍ଭବ ବୋଲି କୁହାଯାଇ ପାରେ।ସେହିପରି ଆସନ୍ତା ଜୁଲାଇ 3 ରୁ 14 ତାରିଖ ପର୍ଯ୍ୟନ୍ତ ଇଟାଲୀର ନାପୋଲିଠାରେ 30ତମ ୱାର୍ଲଡ଼ ୟୁନିଭରସିଟି ଗେମ୍ସ ଅନୁଷ୍ଠିତ ହେବାକୁ ଯାଉଛି।ଯେଉଁଥିରେ ସାରାଦେଶରୁ 150 କ୍ରୀଡ଼ାବିତ ଭାଗ ନେଉଥିବ ବେଳେ ଓଡିଶାରୁ ଜଣେ କ୍ରୀଡାବିତ ଦୂତିଚାନ୍ଦ ଅଂଶଗ୍ରହଣ କରୁଛନ୍ତି।ଆହୁରି ମଧ୍ୟ ଦୁତି ଏହି ଖେଳର ଉଦ୍ଘାଟନୀ ଉତ୍ସବରେ ଭାରତୀୟ ବିଶ୍ୱବିଦ୍ୟାଳୟ ଟିମ ପାଇଁ ଫ୍ଲାଗ ବିଅରର ଭାବେ ନେତୃତ୍ୱ ମଧ୍ୟ ନେବେ।ସେହିପରି କିଟ ର କ୍ରୀଡା ନିର୍ଦେଶକ ଡ଼ ଗଗନେନ୍ଦୁ ଦାଶ ଭାରତୀ ଦଳର ଉପମୁଖ୍ୟ ଦାଇତ୍ୱ ସମ୍ଭାଳୁ ଥିବାବେଳେ କିସ ର ସହକାରୀ କ୍ରୀଡା ନିର୍ଦେଶକ ରୁଦ୍ରକେଶ ଜେନା ଅଫିସିଆଲ ପ୍ରତିନିଧି ମଣ୍ଡଳୀର ଦାଇତ୍ୱ ସମ୍ଭାଳୁ ଥିବାବେଳେ କିଟ ର ଆଥଲେଟ କୋଚ ଭାରତୀୟ ବିଶ୍ୱବିଦ୍ୟାଳୟ ଦଳର ନେତୃତ୍ୱ ନେଇ ଆଜି ଭୁବନେଶ୍ୱର ରୁ ପ୍ରସ୍ଥାନ କରିବେ।ସେହିପରି ଉକ୍ତ ବିଶ୍ୱବିଦ୍ୟାଳୟ ଗେମ ରେ ଅଂଶଗ୍ରହଣ କରିବା ପାଇଁ କିଟ ରେ ରହି ନିଜର ପ୍ରଶିକ୍ଷଣ କରୁଥିବା 50ଜଣ କ୍ରୀଡ଼ାବିତ ମଧ୍ୟ ଏହିଠାରୁ ଇଟାଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ବେଳେ ସେମାନଙ୍କୁ କିଟ ଓ କିସର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି।ନିକଟରେ ସୁଟିଂ ରେ ଭାରତ ପାଇଁ ପଦକ ଜିତିଥିବା ଓଡ଼ିଆ ଝିଅ ତଥା କିଟ ର ଛାତ୍ରୀ ଶ୍ରୀୟଙ୍କା ଷଢଙ୍ଗୀ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ।ଏହି ଅବସରରେ ଶ୍ରୀ ସାମନ୍ତ କିଟ ଦେଶରେ ଏଭଳି ଏକ ଅନୁଷ୍ଠାନ ଯିଏ ଦେଶରେ କ୍ରୀଡା ଭିତ୍ତିଭୂମି ପ୍ରଦାନ କରୁଥିବା ଏକ ନମ୍ବର ଅନୁଷ୍ଠାନ ହୋଇଥିବାବେଳେ ଏହା ସର୍ବାଧିକ କ୍ରୀଡ଼ାବିତ ଦେଶକୁ ପ୍ରଦାନ କରିଥିବାରୁ ବେଶ ଗୌରବାନୀତ୍ୱ ବୋଲି କହିଛନ୍ତି।
ବାଇଟ-ଅଚ୍ୟୁତ ସାମନ୍ତConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.