ETV Bharat / state

ମୟୂରଭଞ୍ଜ ପୋଲିସକୁ ସଫଳତା, ଶିମିଳିପାଳରୁ ୯ଟି ଦେଶୀ ବନ୍ଧୁକ ଜବତ

author img

By

Published : Jul 30, 2023, 8:22 AM IST

ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ଜାରି ରହିଛି ପୋଲିସର ସର୍ଚ୍ଚ ଅପରେସନ । ୯ଟି ଦେଶୀ ବନ୍ଧୁକ ଜବତ । ଅଧିକ ପଢ଼ନ୍ତୁ

ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ଜାରି ରହିଛି ପୋଲିସର ସର୍ଚ୍ଚ ଅପରେସନ

ରାଇରଙ୍ଗପୁର: ମୟୂରଭଞ୍ଜ ପୋଲିସକୁ ପୁଣି ମିଳିଲା ଏକ ସଫଳତା । ଶିମିଳିପାଳ ଅଭୟାରଣ୍ୟର ପାଦଦେଶରୁ ୯ଟି ଦେଶୀ ବନ୍ଧୁକ ଜବତ କରିଛି ପୋଲିସ । ଶିମିଳିପାଳ ଅଭୟାରଣ୍ୟକୁ ଶିକାରୀ ମୁକ୍ତ ସହିତ ଅସ୍ତ୍ରଶସ୍ତ୍ର ମୁକ୍ତ କରିବା ପାଇଁ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନକୁ ଆହୁରି ଜୋରଦାର କରାଯାଇଛି । ନିୟମିତ ଭାବରେ ପୋଲିସ ଓ ବନବିଭାଗ ଶିମିଳିପାଳ ଅଭୟାରଣ୍ୟ ଓ ପାଦଦେଶ ଗୁଡିକରେ ସର୍ଚ୍ଚ ଅପରେସନ ଚଲେଇଛନ୍ତି । ଯାହା ଫଳରେ ଶିମିଳିପାଳ ପାଦଦେଶ ଗୁଡିକରେ ସର୍ଚ୍ଚ ଅପରେସନ ବେଳେ ବନ୍ଧୁକ ସହ ଶିକାରୀଙ୍କୁ କାବୁ କରିଛି ।

ମୟୂରଭଞ୍ଜ ଏସପି ବି.ଗଙ୍ଗାଧରଙ୍କ ନିର୍ଦ୍ଦେଶ କ୍ରମେ ଖୁଣ୍ଟା ଥାନା ଅଧିକାରୀ ଲୋପାମୁଦ୍ରା ନାୟକଙ୍କ ସହ ଏକ ଟିମ ଶିମିଳିପାଳ ପାଦଦେଶ ସ୍ଥିତ କୁସୁମଘାଟି, ରଙ୍ଗାମାଟିଆ, ଟୁଙ୍କି, ଡେଙ୍ଗାମ ଓ ବନିଆବସା ଗ୍ରାମରେ ଚଢାଉ କରିଥିଲେ । ତେବେ ଜଙ୍ଗଲକୁ ଲାଗିଥିବା ଏହି ଗାଁ ଗୁଡିକରେ ଶିକାର ଉଦ୍ଦେଶ୍ୟରେ ବନ୍ଧୁକ ଲୁଚାଇ ରଖା ଯାଇଥିବାର ମୟୂରଭଞ୍ଜ ଏସପିଙ୍କୁ ଖବର ମିଳିଥିଲା । ପରେ ଉକ୍ତ ଅଞ୍ଚଳରେ ଚଢ଼ାଉ କରିବା ପାଇଁ ଖୁଣ୍ଟା ଥାନା ଅଧିକାରିଣୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏସପି ।

ଅଧିକ ପଢ଼ନ୍ତୁ: ପୋଲିସ ଓ ବନ କର୍ମଚାରୀଙ୍କ କମ୍ବିଂ ଅପରେସନ: ୩ ଶିକାରୀ ଗିରଫ, ୮ ବନ୍ଧୁକ ଜବତ

ତେବେ ଜଙ୍ଗଲର ପରିତ୍ୟକ୍ତ ସ୍ଥାନରେ ବନ୍ଧୁକ ଗୁଡିକୁ ଲୁଚାଇ ରଖା ଯାଇଥିବା ବେଳେ ଖୁଣ୍ଟାଥାନା ପୋଲିସ ୯ଟି ଦେଶୀ ବନ୍ଧୁକ ଜବତ କରିଛି । ସେଥି ମଧ୍ୟରୁ ୮ଟି ଦେଶୀ ବନ୍ଧୁକ ରହିଥିବା ବେଳେ ଓ ଗୋଟିଏ ଦେଶୀ ପିସ୍ତଲ ରହିଛି । ଏହି ଘଟଣାକୁ ନେଇ ଖୁଣ୍ଟା ଥାନା ପୋଲିସ ଆର୍ମ ଆକ୍ଟରେ ଦୁଇଟି ମାମଲା ରୁଜୁ କରିଛି । ଏ ସମ୍ପର୍କରେ ଗତକାଲି ବାରିପଦା ଜିଲ୍ଲା ପୋଲିସ ମୁଖ୍ୟାଳୟରେ ମୟୂରଭଞ୍ଜ ଏସପି ଏକ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ପ୍ରଦାନ କରିଛନ୍ତି ।

ମୟୂରଭଞ୍ଜ ଏସପି ବି.ଗଙ୍ଗାଧର କହିଛନ୍ତି,‘‘ ଶିକାରୀମାନଙ୍କୁ ଏହି ମାସ ୩୧ତାରିଖ ସୁଦ୍ଧା ବନ୍ଧୁକ ପୋଲିସ ନିକଟରେ ସମର୍ପଣ କରିବା ପାଇଁ ଚେତାବନୀ ଦିଆଯାଇଛି । ଶିମିଳିପାଳ ପାଦଦେଶ ସ୍ଥିତ ଗ୍ରାମ ଗୁଡିକରେ ପୋଲିସ ଦ୍ବାରା ସଚେତନତା କାର୍ଯ୍ୟକ୍ରମ କରାଯାଇ ବନ୍ଧୁକ ସମର୍ପଣ କରିବା ପାଇଁ ସୁଯୋଗ ମଧ୍ୟ ଦିଆଯାଇଛି । ୩୧ ତାରିଖ ପର୍ଯ୍ୟନ୍ତ ବନ୍ଧୁକ ନିକଟସ୍ଥ ଥାନାରେ ଦେଇ ଆତ୍ମସମର୍ପଣ କଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ବର୍ତ୍ତମାନ ସୁଦ୍ଧା ୩୨ଟି ଦେଶୀ ବନ୍ଧୁକ ଜବତ କରାଯାଇଛି ।’’

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.