ETV Bharat / state

ପୁଣି ଶିମିଳିପାଳ ଅଭୟାରଣ୍ୟ ପାଦଦେଶରୁ ୭୧ଟି ଦେଶୀ ବନ୍ଧୁକ ଜବତ

author img

By ETV Bharat Odisha Team

Published : Oct 31, 2023, 10:51 PM IST

ଜବତ ହେଲା ଦେଶୀ ବନ୍ଧୁକ । ସର୍ଚ୍ଚ ଅପରେସନ ବେଳେ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ଅଞ୍ଚଳରୁ 71 ଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ଅଧିକ ପଢ଼ନ୍ତୁ

ଶିମିଳିପାଳ ଅଭୟାରଣ୍ୟରୁ ଦେଶୀ ବନ୍ଧୁକ ଜବତ
ଶିମିଳିପାଳ ଅଭୟାରଣ୍ୟରୁ ଦେଶୀ ବନ୍ଧୁକ ଜବତ
ଶିମିଳିପାଳ ଅଭୟାରଣ୍ୟରୁ ଦେଶୀ ବନ୍ଧୁକ ଜବତ

ରାଇରଙ୍ଗପୁର: ପୁଣି ଜବତ ହେଲା ଦେଶୀ ବନ୍ଧୁକ । ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ଅଞ୍ଚଳରୁ 71 ଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ଏହା ମୟୂରଭଞ୍ଜ ଜିଲ୍ଲା ପୋଲିସ ପକ୍ଷରୁ କରାଯାଇଥିବା ଦ୍ବିତୀୟ ପର୍ଯ୍ୟାୟ ଚଢ଼ାଉ । ତେବେ ଶିମିଳିପାଳ ଅଭୟାରଣ୍ୟ ଏବଂ ଶିମିଳିପାଳର ପାଦଦେଶରେ‌ ଉକ୍ତ ଚଢ଼ାଉରେ ପୋଲିସକୁ ବଡ଼ ସଫଳତା ମିଳିଛି । ଶିମିଳିପାଳ ପାଦଦେଶକୁ ଲାଗିଥିବା ୧୪ ଗୋଟି ଥାନା ଅଧୀନସ୍ଥ ଗାଁ ଗୁଡିକରେ ମୟୂରଭଞ୍ଜ ପୋଲିସ ପକ୍ଷରୁ ପୁଣିଥରେ ସର୍ଚ୍ଚ ଅପରେସନକୁ ଜୋରଦାର କରା ଯାଇଥିଲା । ପୋଲିସର ଏହି ସର୍ଚ୍ଚ ଅପରେସନରେ ଏହି ଦେଶୀ ବନ୍ଧୁକ ଜବତ କରାଯାଇଛି । ଏନେଇ ଆଜି ମୟୂରଭଞ୍ଜ ଏସପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, କିଛି ମାସ ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିମାଡ଼ରେ ଦୁଇଜଣ ବନ କର୍ମଚାରୀ ଶହୀଦ ହେବା ପରେ ଶିମିଳିପାଳ ଅଭୟାରଣ୍ୟକୁ ଶିକାରୀମୁକ୍ତ କରିବା ପାଇଁ ବନବିଭାଗ ଓ ମୟୂରଭଞ୍ଜ ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ ଜାରି ରଖିଥିଲେ। ଶିମିଳିପାଳରେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରା ଯାଇଥିଲା । ବିଭିନ୍ନ ଥାନା କର୍ମଚାରୀ ମଧ୍ୟ ଏଥିରେ ସାମିଲ ଥିଲେ । ଏନେଇ ଶିମିଳିପାଳରେ ଶିକାରୀମାନଙ୍କୁ ଆତ୍ମସମର୍ପଣ ନେଇ ନିର୍ଦ୍ଦିଷ୍ଟ ସମୟ ମଧ୍ୟ ଦିଆ ଯାଇଥିଲା । ଶିମିଳିପାଳ ନିକଟସ୍ଥ ୧୨ ଟି ଥାନାରେ ଶିକାର ପାଇଁ ବ୍ୟବହୃତ ଦେଶୀବନ୍ଧୁକ ଆତ୍ମସମର୍ପଣ ପାଇଁ ଏକ ଅଭିଯାନ ମଧ୍ୟ ଆରମ୍ଭ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ......ଶିମିଳିପାଳ ଅଭୟାରଣ୍ୟରୁ 2 ଦେଶୀ ବନ୍ଧୁକ ଜବତ

ସେପଟେ ଶିମିଳିପାଳ ଅଭୟାରଣ୍ୟ ଓ ଶିମିଳିପାଳର ପାଦଦେଶ ଗୁଡିକରୁ ଅସ୍ତ୍ରଶସ୍ତ୍ର ତଲାସୀ ଅଭିଯାନ ଆରମ୍ଭ କରାଯାଇ ୧୬୫ଟି ବନ୍ଧୁକ, ବିପୁଳ ପରିମାଣରେ ଗୁଳି, ବନ୍ଧୁକ ତିଆରି କାରଖାନା, ବଜ୍ରକାପ୍ତା ଛାଲ, ନଗଦ ୨ଲକ୍ଷ ୯୫ହଜାର ଟଙ୍କା, ମୋବାଇଲ ଫୋନ, ବନ୍ୟପ୍ରାଣୀ ମୃତଦେହ, ମାଂସ ଆଦି ଜବତ କରିବା ସହିତ ୨୧ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ତେବେ ପ୍ରଥମ ପର୍ଯ୍ୟାୟରେ ଏସବୁ ଜବତ କରା ଯାଇଥିବା ବେଳେ ଏବେ ଦ୍ବିତୀୟ ପର୍ଯ୍ୟାୟରେ ଶିମିଳିପାଳ ସଂଲଗ୍ନ ୧୪ ଟି ଥାନା ଅଧୀନସ୍ଥ ଅଞ୍ଚଳରୁ ୭୧ ଟି ଦେଶୀ ବନ୍ଧୁକ ଜବତ କରିଥିବା ବେଳେ ୩୨ ଟି ମାମଲା ରୁଜୁ କରିଛି ମୟୂରଭଞ୍ଜ ପୋଲିସ । ପୁଣି ଏଭଳି ବ୍ୟାପକ ମାତ୍ରାରେ ବନ୍ଧୁକ ଜବତ ପରେ ଶିମିଳିପାଳ ଅଭୟାରଣ୍ୟକୁ ସୁରକ୍ଷା ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ମୟୂରଭଞ୍ଜ ଏସପି ବି. ଗଙ୍ଗାଧର ।

ଇଟିଭି ଭାରତ, ରାଇରଙ୍ଗପୁର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.