ETV Bharat / state

ଅବକାରୀ ଚଢାଉ, 70 ଲିଟର ଚୋରା ମଦ ଜବତ

author img

By

Published : May 16, 2020, 7:06 PM IST

ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅଞ୍ଚଳରେ ରାଇରଙ୍ଗପୁର ଅବକାରୀ ବିଭାଗର ଚଢ଼ାଉ କରି ମଦ ଓ ପୋଚ ନଷ୍ଟ କରିଛି ।

liquor seized by police in rairangapur
70 ଲିଟର ଚୋରା ମଦ ଜବତ

ରାଇରଙ୍ଗପୁର: କୋରୋନା ପାଇଁ ସାରାଦେଶ ବର୍ତ୍ତମାନ ଲକଡାଉନ ଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ଚୋରା ମଦ ବେପାରୀ। ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅଞ୍ଚଳରେ ରାଇରଙ୍ଗପୁର ଅବକାରୀ ବିଭାଗର ଚଢ଼ାଉ। 70 ଲିଟର ଦେଶୀ ମଦ ଓ ମଦରନ୍ଧା ସରଞ୍ଜାମ ଜବତ କରିବା ସହ ୧୪୮୦ କିଲୋଗ୍ରାମ ମହୁଲ ପୋଚ ନଷ୍ଟ କରିଛି ବିଭାଗ ।

70 ଲିଟର ଚୋରା ମଦ ଜବତ

ଚୋରାରେ ଦେଶୀ ମଦ ତିଆରି ହେଉଥିବା ଖବର ପାଇ ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ପାଟପୁର, ମୁଣ୍ଡାଠାକୁରା, ଆମଦାବେଡା ଓ ବାଘିଆଟାଙ୍ଗର ଗ୍ରାମରେ ଚଢ଼ାଉ କରାଯାଇଥିଲା। ଏଥିରେ ୧୪୮୦ କିଲୋଗ୍ରାମ ମହୁଲ ପୋଚ ନଷ୍ଟ କରିବା ସହିତ ୭୦ ଲିଟର ଦେଶୀ ମଦ ଓ ବିପୁଳ ପରିମାଣରେ ମଦରନ୍ଧା ସରଞ୍ଜାମ ଜବତ କରିଛି ରାଇରଙ୍ଗପୁର ଅବକାରୀ ବିଭାଗ। ରାଇରଙ୍ଗପୁର ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ହରିହର ସିଂ ସଦଳବଳେ ଚଢ଼ାଉ କରିଥିବା ବେଳେ ଚୋରା ମଦ ବେପାରୀ ମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାପଡିଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.