ETV Bharat / state

ସର୍ପ ଦଂଶନରେ ଛାତ୍ରୀ ମୃତ - 7th class student death in jajpur

ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଅଧିନ ହାତିଆ ଗ୍ରାମରେ ବିଷଧର ସର୍ପ ଦଂଶନରେ ସପ୍ତମ ଶ୍ରେଣୀ ଛାତ୍ରୀ ସୁମି ଗିରିଙ୍କର ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ; ପ୍ରତିନିଧି, ରାଇରଙ୍ଗପୁର
author img

By

Published : Sep 30, 2019, 6:53 PM IST

Updated : Sep 30, 2019, 6:59 PM IST

ରାଇରଙ୍ଗପୁର: ସର୍ପ ଦଂଶନରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଅଧିନରେ ଥିବା ହାତିଆ ଗ୍ରାମରେ । ମୃତ ଛାତ୍ରୀ ଜଣକ ହେଲା ହାତିଆ ଗ୍ରାମର ସତେଶ ଗିରିଙ୍କ ଝିଅ ସୁମି ଗିରି ।

ଭିଡିୋ ସୌଜନ୍ୟ; ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ସମୟରେ ସୁମି ଘରେ ଥିବା ଆଲମାରୀ ଖୋଲିବା ପାଇଁ ଯାଇଥିଲେ। ତେବେ ଆଲମାରୀ ଉପରେ ଥିବା ଚାବିକାଠି ବାହାର କରିବା ପାଇଁ ବାମ ହାତରେ ଚାବିକାଠି ଖୋଜୁଥିବା ସମୟରେ ଏକ ନାଗ ସାପ ତାଙ୍କ ହାତକୁ ଦଂଶନ କରିଥିଲା ।

ଏ ନେଇ ପରିବାର ଲୋକେ ଜାଣିବାରୁ ତୁରନ୍ତ ବନବିଭାଗକୁ ଡାକିଥିଲେ ଏବଂ ଝିଅକୁ ଏକ ଗୁଣିଆ ପାଖକୁ ନେଇଥିଲେ । ବନବିଭାଗ ତାଙ୍କ ଘରେ ପହଞ୍ଚି ନାଗ ସାପକୁ ଉଦ୍ଧାର କରି ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିଲେ ।

ସେପଟେ ସଚେତନତାର ଅଭାବ ଯୋଗୁଁ ଝିଅକୁ ବଞ୍ଚାଇବା ପାଇଁ ପରିବାର ଲୋକେ ଡାକ୍ତରଖାନାକୁ ନ ନେଇ ଦୁଇ ତିନି ଜାଗା ଗୁଣିଗାରେଡି କରେଇବା ପରେ ସେଥିରେ ସଫଳ ନହୋଇ ରାତି ପ୍ରାୟ ୧୦ଟା ସମୟରେ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏନେଇ ଗୋରୁମହିଷାଣି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ପୁଣି ପରିବାର ଲୋକେ ଅନ୍ୟ ଏକ ଗୁଣିଆ ପାଖକୁ ନେଇଯିବା ପାଇଁ ଆକୁଳ ନିବେଦନ କରୁଥିବା ଦେଖିବାକୁ ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର: ବିଷଧର ସାପ କାମୁଡାରେ ସପ୍ତମ ଶ୍ରେଣୀ ଛାତ୍ରୀ ମୃତ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଅଧିନରେ ଥିବା ହାତିଆ ଗ୍ରାମରେ।ମୃତ ଛାତ୍ରୀ ଜଣକ ହେଲେ ସେହି ଗ୍ରାମର ସତେଶ ଗିରି ଙ୍କ ଝିଅ ସୁମି ଗିରି (୧୩)। ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ସମୟରେ ସୁମି ଘରେ ଥିବା ଆଲମାରୀ ଖୋଲିବା ପାଇଁ ଯାଇଥିଲେ। ତେବେ ଆଲମାରୀ ଉପରେ ଥିବା ଚାବିକାଠି ବାହାର କରିବା ପାଇଁ ବାମ ହାତ ରେ ଚାବିକାଠି ଖୋଜୁଥିବା ସମୟରେ ପୂର୍ବରୁ ସେଠାରେ ଥିବା ଏକ ନାଗ ସାପ ତାଙ୍କ ହାତ କୁ ଦଂଶନ କରିଥିଲା। ଏ ନେଇ ପରିବାର ଲୋକେ ଜାଣିବାରୁ ତୁରନ୍ତ ବନବିଭାଗ କୁ ଡାକିଥିଲେ ଏବଂ ଝିଅକୁ ଏକ ଗୁଣିଆ ପାଖକୁ ନେଇ ଯାଇଥିଲେ। ବନବିଭାଗ ତାଙ୍କ ଘରେ ପହଞ୍ଚି ନାଗ ସାପକୁ ଉଦ୍ଧାର କରି ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିଲେ। ସେପଟେ ସଚେତନତା ର ଆଭାବ ଯୋଗୁଁ ଝିଅକୁ ବଞ୍ଚେଇବା ପାଇଁ ପରିବାର ଲୋକେ ଡାକ୍ତରଖାନାକୁ ନ ନେଇ ଦୁଇ ତିନି ଜାଗା ଗୁଣିଗାରେଡି କରେଇବା ପରେ ସେଥିରେ ସଫଳ ନ ହୋଇ ରାତି ପ୍ରାୟ ୧୦ ସମୟରେ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ବାପା ମାଆ ଙ୍କ ମନ ନ ମାନିବାରୁ କାଳେ ଝିଅ ବଞ୍ଚି ଯିବ ଭାବି ଆଜି ସକାଳୁ ଝିଅର ମୃତ ଦେହକୁ ଧରି ପୁଣି ରାଇରଙ୍ଗପୁର ନିକଟସ୍ଥ ଏକ ସ୍ଥାନକୁ ଗୁଣିଆ ପାଖକୁ ନେଇ ଯାଇଥିଲେ। ସେଠାରେ ଗୁଣିଆ ଜଣକ ମନା କରି ଦେବାରୁ ପୁଣି ରାଇରଙ୍ଗପୁର ଡାକ୍ତରଖାନା ଫେରାଇ ଆଣିଥିଲେ। ଏ ନେଇ ଗୋରୁମହିଷାଣି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ମୃତ ଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଉ ଥିବା ବେଳେ ପୁଣି ପରିବାର ଲୋକେ ଅନ୍ୟ ଏକ ଗୁଣିଆ ପାଖକୁ ନେଇଯିବା ପାଇଁ ଆକୁଳ ନିବେଦନ କରୁଥିବା ଦେଖିବାକୁ ମିଳିଛି। ତେବେ ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ଶେଷରେ ଗୋରୁମହିଷାଣି ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ଏ ନେଇ ଡାକ୍ତରଖାନା ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Body:x

Conclusion:x
Last Updated : Sep 30, 2019, 6:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.