ETV Bharat / state

ମୟୂରଭଞ୍ଜରୁ ୬୯୫ କୋରୋନା ପଜିଟିଭ ଚିହ୍ନଟ

ମୟୂରଭଞ୍ଜ ଜିଲ୍ଲାରେ ପୁଣି ୬୯୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୫୮୭ରେ ପହଞ୍ଚିଛି। ଅଧିକ ପଢନ୍ତୁ....

author img

By

Published : May 30, 2021, 1:08 PM IST

ମୟୂରଭଞ୍ଜରୁ ଆଜି ସର୍ବାଧିକ ୬୯୫ କୋରୋନା ପଜିଟିଭ ଚିହ୍ନଟ

ବାରିପଦା: ବାତ୍ୟା ୟସ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ଜିଲ୍ଲାରେ ତିନି ଦିନ ବନ୍ଦ ଥିଲା କୋଭିଡ ଟେଷ୍ଟ । ତେବେ ପୁଣି ଥରେ ଟେଷ୍ଟିଙ୍ଗ ଆରମ୍ଭ ହୋଇଥିବା ବେଳେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିବା ଜଣାପଡିଛି । ଜିଲ୍ଲାରୁ ଆଜି (ରବିବାର) ସର୍ବାଧିକ ୬୯୫ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ୨୭, ୫୮୭ରେ ପହଞ୍ଚିଛି । ତେବେ ଜିଲ୍ଲାରୁ ମୋଟ ୨୩,୪୯୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩,୯୯୪ ଜଣ କରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି।

ସରକାରୀ ରିପୋର୍ଟ ଅନୁଯାୟୀ କୋରୋନାରେ ଜିଲ୍ଲାରୁ ମୋଟ ମୃତ୍ୟୁ ସଂଖ୍ୟା ୯୩ରେ ସ୍ଥିର ରହିଛି । ତେବେ ସଂକ୍ରମିତଙ୍କ ସଂଖ୍ୟାରେ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସହରରେ ସର୍ବାଧିକ ରହିଛି। ଆଜି ଚିହ୍ନଟ ୬୯୫ ଜଣ କରୋନା ଆକ୍ରାନ୍ତ ହୋମ ଆଇସୋଲେସନ, ବାରିପଦା ବାଙ୍କୀଷୋଳ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରରେ ରହି ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.