ETV Bharat / state

କୁକୁଡ଼ା ଭାଡ଼ିରୁ ଛଅ ଫୁଟିଆ ଅଜଗର ଉଦ୍ଧାର

author img

By

Published : Nov 13, 2020, 2:20 PM IST

ରାଇରଙ୍ଗପୁରରେ କୁକୁଡା ଭାଡିରୁ 6 ଫୁଟର ଅଜଗର ସାପ ଉଦ୍ଧାର । ଅଞ୍ଚଳରେ ତାଲିମପ୍ରାପ୍ତ ସାପ ଧରାଳି ନିଯୁକ୍ତି କରିବାକୁ ସାଧାରଣରେ ଦାବି । ଅଧିକ ପଢନ୍ତୁ...

କୁକୁଡ଼ା ଭାଡ଼ିରୁ ଛଅ ଫୁଟିଆ ଅଜଗର ଉଦ୍ଧାର
କୁକୁଡ଼ା ଭାଡ଼ିରୁ ଛଅ ଫୁଟିଆ ଅଜଗର ଉଦ୍ଧାର

ରାଇରଙ୍ଗପୁର: କୁକୁଡା ଭାଡିରେ ଅଜଗର । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ନାଉଯୋଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କ କୁକୁଡା ଭାଡିରୁ ଛଅ ଫୁଟିଆ ଅଜଗର ସାପ ଉଦ୍ଧାର ହୋଇଛି । ଜଙ୍ଗଲ ବିଭାଗର କର୍ମଚାରୀ ସହର ଉପକଣ୍ଠରେ ଥିବା ଦୁବୁଲାବେଡା ସଂରକ୍ଷିତ ଜଙ୍ଗଲରେ ଅଜଗର ସାପଟିକୁ ଛାଡି ଦେଇଛନ୍ତି ।

କୁକୁଡ଼ା ଭାଡ଼ିରୁ ଛଅ ଫୁଟିଆ ଅଜଗର ଉଦ୍ଧାର

ସୂଚନା ଅନୁଯାୟୀ, ନାଉଯୋଡା ଗାଁର ଚୈତନ କୁମ୍ଭକାରଙ୍କ କୁକୁଡା ଭାଡିରେ ଶିକାର ପାଇଁ ଏକ ଅଜଗର ସାପ ପଶିଥିଲା । ଯାହାଫଳରେ କୁକୁଡାମାନେ ଏଣେତେଣେ ଦୌଡିଥିଲେ । କୁକୁଡାଙ୍କୁ ଏଭଳି ଦେଖି ପରିବାର ଲୋକେ ସନ୍ଦେହରେ ଭାଡି ପାଖକୁ ଯିବା ସମୟରେ ସାପଟିକୁ ଦେଖିବାକୁ ପାଇଥିଲେ । ଖବର ପ୍ରଚାରିତ ହେବା କ୍ଷଣି ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା । ଖବର ପାଇ ରାଇରଙ୍ଗପୁର ପଶୁ ଡାକ୍ତରଖାନାର କର୍ମଚାରୀ ଚିରଞ୍ଜିବ ସିଂ ସେଠାକୁ ଯାଇ ସାପକୁ ଉଦ୍ଧାର କରିଥିଲେ ଏବଂ ରାଇରଙ୍ଗପୁର ରେଞ୍ଜ ଅଫିସରେ ଅଜଗରକୁ ହସ୍ତାନ୍ତର କରିଥିଲେ । ପରେ ଜଙ୍ଗଲ ବିଭାଗ କର୍ମଚାରୀ ସହର ଉପକଣ୍ଠରେ ଥିବା ଦୁବୁଲାବେଡା ସଂରକ୍ଷିତ ଜଙ୍ଗଲରେ ଅଜଗର ସାପଟିକୁ ଛାଡି ଦେଇଛନ୍ତି । ତେବେ ରାଇରଙ୍ଗପୁର ରେଞ୍ଜରେ ଜଣେ ତାଲିମପ୍ରାପ୍ତ ସାପ ଧରାଳିକୁ ନିଯୁକ୍ତି ପାଇଁ ସାଧାରଣରେ ଦାବି ହେଉଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.