ETV Bharat / state

୩୦ ଫୁଟ କୂଅରୁ ବୃଦ୍ଧଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

କୂଅ ସଫା କଲାବେଳେ ଅଘଟଣ । ଅସାବଧାନତା ବସତଃ କୂଅକୁ ଖସିପଡିଲେ ବୃଦ୍ଧ । ୩୦ ଫୁଟର ଗଭୀର କୂଅରୁ ବୃଦ୍ଧଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଅଧିକ ପଢନ୍ତୁ

author img

By

Published : May 15, 2022, 5:33 PM IST

୩୦ ଫୁଟର କୂଅରୁ ବୃଦ୍ଧଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ବାରିପଦା : କୂଅ ସଫା କଲାବେଳେ ଅଘଟଣ । ଅସାବଧାନତା ବସତଃ କୂଅକୁ ଖସିପଡିଲେ ବୃଦ୍ଧ । ୩୦ ଫୁଟର ଗଭୀର କୂଅରୁ ବୃଦ୍ଧଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ ।

ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଝାଟିଅଡା ଗାଁର ଜଗବନ୍ଧୁ ଲେଙ୍କା(୫୨) ପରିତ୍ୟକ୍ତ କୂଅକୁ ସଫା କରିବା ପାଇଁ ଓହ୍ଲାଇ ଥିଲେ । କିନ୍ତୁ ହଠାତ ଗୋଡ ଖସିଯିବାରୁ ଜଗବନ୍ଧୁ କୂଅ ଭିତରକୁ ପଡିଯାଇଥିଲେ । ଅଣ୍ଟାଏ ପଙ୍କ ଭିତରେ ଦୀର୍ଘ ସମୟ ଧରି ପଶି ରହିଥିଲେ।

ପ୍ରାୟ ୩୦ ଫୁଟ ଗଭୀର କୂଅରେ ଅମ୍ଳଜାନ ଅଭାବରୁ ଅଣନିଶ୍ବାସ ଅନୁଭବ କରିବା ସହିତ ଦୁର୍ବଳ ହୋଇପଡିଥିଲେ ସେ । ଏନେଇ ସ୍ଥାନୀୟ ଲୋକେ ରାସଗୋବିନ୍ଦପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ କୂଅରୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.